କଲ୍ୟାଣ ନଗର, ଅଙ୍ଗାରଗଡ଼ିଆରେ ୧୬ତମ ଅଷ୍ଟପ୍ରହରୀ ନାମଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା): କଲ୍ୟାଣ ନଗର, ଅଙ୍ଗାରଗଡ଼ିଆର ୧୬ତମ ଅଷ୍ଟପ୍ରହରୀ ନାମଯଜ୍ଞ ଗତ ୭ ତାରିଖ ସକାଳ ୧୧ ଘଟିକା ସମୟରେ ଘଟୋତ୍ତଳ କରାଯାଇ ମହାପ୍ରଭୁ ଶ୍ରୀ ଚୈତନ ଦେବଙ୍କର ନାମଯଜ୍ଞ ଆରମ୍ଭ କରାଯାଇଥିଲା। ଏଥିରେ କଲ୍ୟାଣ ନଗର, ଅଙ୍ଗାରଗଡ଼ିଆ ଗ୍ରାମ ସହିତ କୃଷ୍ଣ ନଗର ଏବଂ ବ୍ଲକ୍ କଲୋନୀର ସମସ୍ତ ଅଧିବାସୀମାନେ ଯୋଗଦାନ କରିଥିଲେ। ସନ୍ଧ୍ୟା ୭ ଘଟିକା ସମୟରେ ମେଳି କୀର୍ତ୍ତନ କରାଯାଇଥିଲା, ଯାହା ସମସ୍ତ ସଂକୀର୍ତ୍ତନ ପ୍ରେମୀ ଲୋକମାନଙ୍କୁ ଆକର୍ଷିତ କରିଥିଲା। ସକାଳେ ନଗର ପରିକ୍ରମା ସହିତ ମେଳି କୀର୍ତ୍ତନ, ଦଧି କାର୍ଯ୍ୟ ସୁଚାରୁ ରୂପେ ସମାପନ କରି ପ୍ରସାଦ ସେବନ କରାଯାଇଥିଲା। ଦୁଇ ଦିନ ଧରି ଏ ଅଞ୍ଚଳର ସାମଗ୍ରୀକ ଉନ୍ନତି ପାଇଁ ନାମ ସଂକୀର୍ତ୍ତନ ଯଥାବିଧି କରାଯାଇଥିଲା। ଏହି କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବା ପାଇଁ ନାରାୟଣ ଚନ୍ଦ୍ର ମାଜୀ, ଜନ୍ମେଜୟ ଦତ୍ତ, ମନୋରଞ୍ଜନ ଭୋଳ, ଅଦୈତ୍ୟ ଖୁଣ୍ଟିଆ, ସଂଜୟ ପରିଚ୍ଛା, ବିନୟ ଦାସ, ପ୍ରମୋଦ ଦାସ, ବିଶ୍ୱମ୍ବର ଦାସ, ସୁଧାକର ଜେନା, ରଜନୀକାନ୍ତ ଦାସ, ଅଭୟ ମିଶ୍ର, ଫକୀର ଚରଣ ଦାସ, ପ୍ରବୀର ପାତ୍ର, ସୁରେଶ ଚନ୍ଦ୍ର ସେନାପତି ଏବଂ ଅନ୍ୟାନ୍ୟ କଲ୍ୟାଣନଗର ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ।


