ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱେଚ୍ଛାସେବୀ ସଂଗଠନ ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ପୌରାଧ୍ୟକ୍ଷା ସବିତା ସାହୁ ଏହି ଶିବିରକୁ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ସମାଜସେବୀ ସାହିରୁଲ ହକ୍‌, ଯୁବନେତା ବିକ୍ରମ ପଣ୍ଡା, କାଉନସିଲର ରଞ୍ଜିତା ମହାପାତ୍ର, କବିତା ପଣ୍ଡା, ଆଶ୍ରିତା ତରେଇ, ଅମିତା ଚାନ୍ଦ, ସବିତା ମହାନ୍ତି, ସୁଶାନ୍ତ ରଣା, ଛବିରାଣୀ ମନ୍ତ୍ରୀ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଫାଉଣ୍ଡେସନର ସଭାନେତ୍ରୀ ସଂଯୁକ୍ତାରାଣୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ପ୍ରିନ୍ସ ଆର୍ଯ୍ୟନ ଓ ରଞ୍ଜିତ ପୃଷ୍ଟି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ