ଏସଏଚଜି ଅର୍ଥ ଆତ୍ମସାତ ଅଭିଯୋଗ ଜିଲାପାଳଙ୍କଠାରେ ମହିଳାଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା) : ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତର ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଭାନେତ୍ରୀ ଓ ସମ୍ପାଦିକା ମିଳିତ ଭାବେ ସମସ୍ତ ସଭ୍ୟଙ୍କ ମାସିକ ଜମାଅର୍ଥ ଓ ବ୍ୟାଙ୍କ ଋଣଅର୍ଥକୁ ଆତ୍ମସାତ କରିଥିବା ମହିଳାମାନେ ଗୁରୁବାର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ସମ୍ପାଦିକା ଓ ସଭାନେତ୍ରୀ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ବେଳେ ସମ୍ପୃକ୍ତ ପରିବାର ଜୈନିକ ପୁରୁଷ ବ୍ୟକ୍ତି ଏହି ଗୋଷ୍ଠୀର ସମସ୍ତ ରେକର୍ଡ଼ପତ୍ର ତିଆରି କରନ୍ତି । ସଭ୍ୟମାନଙ୍କ ଅଗୋଚରରେ ମିଥ୍ୟା ରେକର୍ଡ଼ ତିଆରି କରି ବ୍ୟାଙ୍କରୁ ଋଣ ଅର୍ଥ ଉଠାଇନେବା, ଗ୍ରୁପ ନାମରେ ମାଛଚାଷ ପାଇଁ ପଞ୍ଚାୟତରୁ ଗଡ଼ିଆ ପୋଖରୀ ଲିଜ ଆଣି ଚାଷ କରିବା ପରିବର୍ତ୍ତେ ୧୦ଗୁଣା ଅର୍ଥରେ ଅନ୍ୟ ଲୋକଙ୍କୁ ଭଡ଼ା ଦେଉଥିବା ସଦସ୍ୟମାନେ ଆରୋପ ଉଠାଇଛନ୍ତି । ବିନା ବୈଠକରେ ଗ୍ରୁପର ସମସ୍ତ ମହିଳା ସଭ୍ୟଙ୍କ ଜାଲ ଦସ୍ତଖତ କରି ସଭାପତି ଓ ସମ୍ପାଦକା ଏହିଭଳି ଅର୍ଥ ହଡ଼ପ କରିଚାଲିଥିବା ସେମାନେ କହିଛନ୍ତି । ଏନେଇ କୌଣସି ସଭ୍ୟ ତାଙ୍କୁ ପଚାରିଲେ ସେମାନଙ୍କୁ ଗାଳିଗୁଲଜ କରି ଚୁପ କରାଇ ଦେଉଛନ୍ତି । ୨୦୦୮ ମସିହାଠାରୁ ଅଦ୍ୟାବଧି ସଭାପତି ଓ ସମ୍ପାଦକ ସଭ୍ୟ ଜମାଅର୍ଥ ସମେତ ଲକ୍ଷ ଲକ୍ଷ ଟଙ୍କାର ଋଣ ଅର୍ଥ ଆତ୍ମସାତ କରିଥିବା ସଭ୍ୟମାନେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ସହ ଅଭିଯୁକ୍ତ କର୍ମକର୍ତ୍ତା ଓ ସେମାନଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳାମାନେ ଅତିରିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଝୁନାରାଣୀ ବେହେରା, ବାସନ୍ତି ବେହେରା, ଋକ୍ମଣୀ ଖିଲାର, ଶାନ୍ତିଲତା ବେହେରା, ମୀନତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ