ଏସଏମଆଇଟି +୨ ବିଜ୍ଞାନ କଲେଜର ଶତପ୍ରତିଶତ ସଫଳତା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ନିକଟସ୍ଥ ଅଙ୍କୁଶପୁରରେ ଅବସ୍ଥିତ ଏସଏମଆଇଟି କଲେଜର ଯୁକ୍ତ ଦୁଇ (ବିଜ୍ଞାନ) ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ପାଶହାର ରହିଛି । ଏହି ଅନୁଷ୍ଠାନ ଦୀର୍ଘ ୩୮ ବର୍ଷ ଧରି ଦକ୍ଷିଣ ଓଡିଶାର ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ ଭାବେ ବେଶ ଜଣାଶୁଣା । ଗଞ୍ଜାମ ର ଶ୍ରୀ ପ୍ରମୋଦ କୁମାର ବାରିକଙ୍କ କନ୍ୟା ସୁଶ୍ରୀ ସୁଭଦା ପ୍ରିୟଦର୍ଶିନୀ ୫୦୮ ମାର୍କ ରଖି ଗଞ୍ଜାମ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନର ସଭାପତି ଭଗବାନ ଗନ୍ତାୟତ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତି ପ୍ରଜ୍ଞା ପଣ୍ଡା ,ଅଭିଭାବକ ଓ କୃତି କୃତଜ୍ଞତା ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ ।