ଏସଏସଜି ଗୋଷ୍ଟିଙ୍କୁ ମିଳିଥିବା ଦୁଇ ଗାଈ, ଦୁଇ ବାଛୁରୀ ମୃତ୍ୟୁ ଓ ତିନି ଅସୁସ୍ଥ : ଯୋଜନା ସଫଳ ହେବା ନେଇ ପ୍ରଶ୍ନବାଚୀ

ଗଂଜାମ, (ବିନୋଦ ପଲାଇ) :-ମହିଳା ସ୍ଵଂୟ ସହାୟକ ଗୋଷ୍ଠିଙ୍କୁ ଆତ୍ମନିଭର ଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ଓ ପ୍ରଶାସନ ତତ୍ତ୍ୱାବଧାନରେ ରାଜସ୍ଥାନରୁ ଗାଇ ଆଣି ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ଗାଈ ବାଟରେ ମରିଯିବା ଓ ଥିବା ବାଛୁରୀ ଗାଈକୁ ଚିହ୍ନି ପାରୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକରେ। ଯାହା ଫଳରେ ଏବେ ପ୍ରଶ୍ନ ଉଠିଛି ଏହି ଯୋଜନା କାର୍ଯ୍ୟକାରୀତା ନେଇ ? ଗଞ୍ଜାମ ଜିଲ୍ଲାର ଡିଆରଡିଏ (ଛତ୍ରପୁର)ର ସବୁଜ ଗଞ୍ଜାମ କମ୍ପାନୀ ମାଧ୍ୟମରେ ରାଜସ୍ଥାନ ରୁ ଗାଈ ଅଣାଯାଇ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଳକର ମହିଳାସ୍ଵଂୟ ସହାୟକ ୧୯ ଟି କ୍ଲଷ୍ଟରକୁ ୩୯ ଟି ଗାଈ ଯୋଗାଯାଇଛି । ଗତ ତିନିଦିନ ତଳେ ସଂନ୍ତୋଷପୁର ପଞ୍ଚାୟତ ର ଲାଉପୁଟୁ ଗ୍ରାମର ମହିଳା ଗୋଷ୍ଟିକୁ ରାଜସ୍ଥାନରୁ କଣ୍ଟେନରେ ଅଣାଯାଇଥିବା ଗାଈ ଓହ୍ଲାଇବା ବେକେ ଦୁଇଟି ବାଛୁରୀ ଓ ଗୋଟିଏ ଗାଈ ମରିଯାଇଥିବା ବେଳେ ଗୋଟିଏ ଗାଈର ଗୋଡ଼ ଭାଙ୍ଗିଯିବା ସହ ଅନ୍ୟ ଗାଈବାଛୁରୀ ଅଚେତ ହୋଇଯାଇଥିଲେ । ଉକ୍ତ ଗାଈ ଗୁଡିକୁ ଅଣଯିବା ସମୟରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହେଉଛି । ସେହିପରି ସୁବଳୟା ପଂଚାୟତର ଶତ୍ରୁଶୋଲ ଗ୍ରାମରେ ୧ଟି ଗାଈ ଛୁଆ ମୃତ ହୋଇଥିବା ବେଳେ ୩ଟି ଗାଈ ଗୁରୁତର ହୋଇଥିବା ଜଣାପଡିଛି । ଗାଈ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ସରକାରଙ୍କ କିଛି ଦିନ ପୂର୍ବରୁ ୧୦ଟି ମା ଗାଈ ଓ ୧୦ଟି ଗାଈ ଛୁଆ ଦେଇଥିଲେ । ଅଣାଯିବା ସମୟରେ ଗାଈଗୁଡ଼ିକ ଅସୁସ୍ଥ ହୋଇ ଆସୁଥିବା ବେଳେ ଆଜି ସକାଳେ ହଠାତ ୩ଟି ଗାଈ ଗୁରୁତର ଓ ଗୋଟିଏ ବାଛୁରି ମୃତ୍ୟୁ ହୋଇଛି । ଯେଉଁ ଗାଈଗୁଡିକ ଅଛନ୍ତି ବାରମ୍ବାର ଅସୁସ୍ଥ ହୋଇପଡୁଛନ୍ତି। ବାଛୁରୀ ଗୁଡିକ ମା ଗାଈକୁ ଚିହ୍ନି ପାରୁନାହାନ୍ତି । ଗୋଟିଏ ଗାଇ ମାତ୍ର ଦୁଇ ଲିଟର କ୍ଷୀର ଦେଉଥିବା ଅଭିଯୋଗ ହେଉଛି । ଗାଈ ଗୁଡିକ ଏହି ପରିବେଶ ସହ ଖାପଖାଉପାରୁନଥିବା ଦେଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗାଈ , ଦୁଇଟି ବାଛୁରୀ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ଗାଈର ଗୋଡ଼ ଭାଙ୍ଗିବା ସହ ବହୁ ଗାଈ ବାଛୁରୀ ଅସୁସ୍ଥ ହୋଇପଡିଛନ୍ତି । ଏନେଇ ଗାଈ ଯୋଗାଉଥିବା ସବୁଜ ଗଞ୍ଜାମ କମ୍ପାନୀ ଏକ ପ୍ରକାର ନିରବ ଦ୍ରଷ୍ଟା ସାଜିଥିବା ଦେଖାଯାଇଛି । ଯାହାଫଳରେ ଏହି ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ