ଏସଏସଡି ଯୁକ୍ତ ଦୁଇ ମହାବିଦ୍ୟାଳୟର ବ୍ୟାଟେରୀ ଚୋରି ଘଟଣା : ୪ ଗିରଫ

ରାଇରଙ୍ଗପୁର ,(ୁଗାବ୍ଦ ନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ବାଦାମପାହାଡଥାନା ଅନ୍ତର୍ଗତ ଆଦିବାସୀ ଅନୂସୂଚିତ ଜାତି ଓ ଜନଜାତି ଯୁକ୍ତ ଦୁଇ ବିଜ୍ଞାନ ବିଦ୍ୟାଳୟରେ ଗତ ଅଗଷ୍ଟ ୬ ତାରିଖରେ ୪ ଯୁବକ ବିଦ୍ୟାଳୟର ଲାଇଟ୍ ପୋଷ୍ଟରୁ ୮ ଟି ସୋଲାର ବେଟେରୀ ସମେତ ଆନୁସଂଗୀକ ସାମଗ୍ରୀ ଚୋରୀ କରିଥିଲେ ।ଏହାକୁ ନେଇ ବିଦ୍ୟାଳୟର ଛାତ୍ରୀମାନେ ବାଦାମପାହାଡର ଝଳଡୁଙ୍ଗିରୀଠାରେ ଜାତୀୟ ରାଜପଥ ୨୨୦ ରାଇରଙ୍ଗପୁର- ଯଶିପୁର ରାସ୍ତା ରୋକ କରିଥିଲେ ।ପୋଲିସ ତଦନ୍ତ କରି ଆଜି ୪ ଜଣଙ୍କୁ ଗିରଫ କରିଛି । ଅଭିୁକ୍ତ ମାନଙ୍କ ପରିଚୟ ନବାବୀ ଅଲି ଖାଁ-ବାଦାମପାହାଡ ,ସାଙ୍ଖ ମାରାଣ୍ଡି -କାଦୁଆଣୀ,ଆକରମ ଅଲି-ବାଦାମପାହାଡ ଏବଂ ପାହିବା ହାଁସଦାଃ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ