ଏସବୁ ଜିନିଷ ଶେଯ ତଳେ ରଖିଲେ ଜାଣନ୍ତୁ ସମସ୍ୟାରୁ ମିଳିବ ମୁକ୍ତି

ଅନେକ ସମୟରେ ଆମେ ବିଭିନ୍ନ ସମସ୍ୟାରେ ପଡିଥାଉ । ଯାହାକୁ ନେଇ ଚିନ୍ତିତ ଥାଉ । ଏଭଳି ସମସ୍ୟାରେ ଭାଗ୍ୟ ଆମର ସାଥ୍ ଦେଇ ନଥାଏ ବୋଲି ଆମେ ମନେ କରୁ । ତା’ଛଡା ସମସ୍ୟାର ସାମ୍ନା କରିବା ଲାଗି ସାହସ ମଧ୍ୟ ଜୁଟାଇ ପାରିନଥାଉ । ଏଭଳି ପରିସ୍ଥିତିରେ ଆପଣ ନିମ୍ନ ମତେ କେତୋଟି ଉପାୟ କରିଥିଲେ ନିଶ୍ଚିତ ସୌଭାଗ୍ୟ ପ୍ରାପ୍ତ କରିବେ ଓ ସମସ୍ୟାରୁ ମୁକ୍ତ ହେବେ ବୋଲି କୁହାଯାଇପାରେ । ଏହି ସବୁ ଜିନିଷ ନିଜ ଶେଯ ତଳେ ରଖିଲେ ଜାଣନ୍ତୁ ସମସ୍ୟାରୁ ମୁକ୍ତି ପାଇବେ ।
ଅଖଣ୍ଡ ସୌଭାଗ୍ୟ: ଯଦି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଶେଯରେ ତକିଆ ତଳେ ରୁପାରେ ତିଆରି ଦୁଇଟି ମାଛ ରଖନ୍ତୁ । ଯଦି ଆପଣ ଏକ ରୁପା ପାତ୍ରରେ ମଧ୍ୟ ଯୁଗଳ ମାଛ ରଖିବେ ତେବେ ଅନୁରୂପ ଲାଭ ପାଇବେ ।
ସାହସ ସଞ୍ଚାର ପାଇଁ: କୌଣସି ସମସ୍ୟାର ସାମ୍ନା କରିବା ପାଇଁ ନିଜ ଭିତରେ ସାହସ ସଞ୍ଚାର ପାଇଁ ଚାହାଁନ୍ତି ତେବେ ନିଜର ତକିଆ ତଳେ ସୁନା କିମ୍ବା ରୁପା ଅଳଙ୍କାର ରଖନ୍ତୁ । ଏହା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଦୋଷ ଦୂରେଇ ଯିବ ।
ଇଚ୍ଛାଶକ୍ତିକୁ ଦୂରୀଭୂତ କରିବା ପାଇଁ: ଶୋଇବା ଖଟ ତଳେ ଏକ ରୁପା ପାତ୍ରରେ ପାଣି ଭର୍ତ୍ତି କରି ରଖିଲେ ବା ନିଜର ତ୍ୱଚାକୁ ସ୍ପର୍ଶ କରୁଥିବା ରୂପା ଅଳଙ୍କାର ପିନ୍ଧିଲେ ଇଚ୍ଛାଶକ୍ତି ଦୃଢ଼ିଭୂତ ହୋଇଥାଏ ।
ସୁଖଦାୟକ କ୍ରୋଧ: ଖଟ ତଳେ ଅଥବା ପାଖରେ ତମ୍ବା ପାତ୍ରରେ ପାଣି ଭରି ରଖିଲେ କିମ୍ବା ତକିଆ ତଳେ ରକ୍ତ ଚନ୍ଦନ କାଠ ରଖିଲେ ସୁଖଦାୟକ କ୍ରୋଧ ମିଳିଥାଏ ।
କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ: ନିଜ ଖଟ ତଳେ ୨୧ ଦିନ ଯାଏ ଏକ ଲୁହା ପାତ୍ରରେ ପାଣି ରଖିଲେ କିମ୍ବା ତକିଆ ତଳେ ନୀଲମ ରତ୍ନ ରଖିଲେ କୁଦୃଷ୍ଟିରୁ ରକ୍ଷା ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ