ଏସିଡିଟିରୁ ମୁକୁଳିବାର ଉପାୟ

ବ୍ୟସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନେ ଠିକ ସମୟରେ ଖାଇପାରୁନାହାନ୍ତି । ଯାହାଦ୍ୱାରା ଅଧାରୁ ଅଧିକ ଲୋକଙ୍କ ନିକଟରେ ଏସିଡିଟିର ସମସ୍ୟା ଦେଖିବାକୁ ମିଳିଛି । ଏସିଡିଟି ହେବାର ଅନେକ କାରଣ ରହିଛି । ଯେମିତିକି ଠିକ ସମୟରେ ନ ଖାଇବା, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ମସଲା ଜାତୀୟ ଖାଦ୍ୟ ଖାଇବା ଇତ୍ୟାଦି । ଆଜିକାଲି କାମ ପଛରେ ଧାଇଁ ଧାଇଁ ଲୋକମାନେ ନିଜ ଶରୀରର ଠିକ ଭାବରେ ଯତ୍ନ ନେଇପାରୁନାହାନ୍ତି । କାମ ପାଇଁ ଠିକ ସମୟରେ ନ ଖାଇବା ସହ ଅଧିକ ରାତି ପର୍ଯ୍ୟନ୍ତ ବସି କାମ କରୁଛନ୍ତି । ଯାହା ଦ୍ୱାରା ଏହି ସମସ୍ୟା ଉପୁଜୁଛି । ଏଭଳି ସମସ୍ୟା ଦେଖା ଦେଲେ ଲୋକମାନେ ବଜାରରେ ମିଳୁଥିବା ଔଷଧର ସାହାରା ନେଇଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ । କିନ୍ତୁ ଆପଣ ଏହି ସମସ୍ୟାକୁ ଘରୋଇ ଉପାୟରେ ମଧ୍ୟ ଭଲ କରି ପାରିବେ । ଆସନ୍ତୁ ଜାଣିବା କିପରି

ଯଦି ଆପଣଙ୍କର ଏସିଡିଟିର ସମସ୍ୟା ରହିଛି ତେବେ କଞ୍ଚା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଏଥିରେ ଅଧିକ ପରିମାରରେ କ୍ୟାଲସିୟମ ଥିବାରୁ ଏହା ଏସିଡିଟିର ସମସ୍ୟା ଦୂର କରିଥାଏ ।

ସକାଳୁ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଆନ୍ତୁ । ଯାହା ଦ୍ୱାରା ଏସିଡିଟି ନିୟନ୍ତ୍ରଣ ହୋଇରହିଥାଏ । ତୁଳସୀରେ ଏସିଡିଟିକୁ ନିୟନ୍ତ୍ରଣ କରିବାର ଗୁଣ ଥାଏ । ସବୁଦିନ ଏହାକୁ ଖାଇବା ଦ୍ୱାରା ଏସିଡିଟିର ସମସ୍ୟା ଦୂର ହୋଇଥାଏ ।

କଦଳୀରେ ପୋଟାସିୟମ ଏବଂ ଫାଇବର ରହିଥାଏ । ଯାହାକି ପେଟରେ ଏସିଡ ସୃଷ୍ଟି ହେବାରୁ ରୋକିଥାଏ । ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ ସକାଳୁ ସକାଳୁ କଦଳୀ ଖାଇବା ଆରମ୍ଭ କରନ୍ତୁ ।

ପୋଦିନା ଏସିଡିଟିକୁ ଦୂର କରିବା ପାଇଁ ଜଣାଯାଏ । ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ଗୋଟେ କପ ପୋଦିନା ଚା ପିଅନ୍ତୁ । ଏସିଡିଟି ଦୂର ହୋଇଯିବ ।

ଏସିଡିଟି ସମସ୍ୟା ଦେଖା ଦେଲେ ଦୁଇଟି ଅଳେଇଚକୁ ନେଇ ଗୋଟେ ଗ୍ଲାସ ପାଣିରେ ଫୁଟାଇ ଦିଅନ୍ତୁ । ଫୁଟିଯିବା ପରେ ଏହାକୁ ଥଣ୍ଡା କରି ପିଇ ଦିଅନ୍ତୁ । ଏସିଡିଟି ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ