ଏହି ଦେବୀଙ୍କ ଶରଣକୁ ଗଲେ ଭଲ କହିବେ ଇଂଲିଶ୍

ଏବେ ଭଲ ଚାକିରିଟିଏ କରିବାକୁ ହେଲେ ଭଲ ଇଂଲିଶ କହୁଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଉଛି । ବାସ୍ତବରେ ଇଂଲିଶରେ ପଢ଼ି, ଲେଖି ଓ କହିପାରୁଥିବା ବ୍ୟକ୍ତି ସମ୍ପ୍ରତି ସବୁ କ୍ଷେତ୍ରରେ ଆଗୁଆ । କଥାଟି ଆପଣ ବି ବିଶ୍ୱାସ କରିବେ । ହେଲେ କ’ଣ ହେବ, ବିଦେଶୀ ଭାଷା ହୋଇଥିବାରୁ ଆମ ଦେଶରେ ଅଧିକାଂଶ ଲୋକ ଭଲ ଇଂଲିଶ କହିପାରନ୍ତି ନାହିଁ । ଏପରିକି ଲେଖିବା ବେଳେ ଅନେକ ତ୍ରୁଟି ମଧ୍ୟ କରିଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଭଲ ଇଂଲିଶ ଜ୍ଞାନ ସୁଧାରିବା ପାଇଁ ଆମ ଦେଶରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଠାକୁରାଣୀ ସ୍ୱୟଂ ଇଂଲିଶ ଦେବୀ । ଯାହାଙ୍କୁ ପୂଜା ଓ ଉପାସନା କଲେ ଆପଣ ଭଲ ଇଂଲିଶ କହିପାରିବେ ବୋଲି ଦାବି କରନ୍ତି ସ୍ଥାନୀୟ ଲୋକ । ଉତ୍ତରପ୍ରଦେଶରେ ଥିବା ଇଂରାଜୀ ଦେବୀଙ୍କ ମନ୍ଦିରରେ ୨୦ କିଲୋଗ୍ରାମ ଓଜନର ଏକ ନାରୀ ମୂର୍ତ୍ତିଙ୍କୁ ଇଂଲିଶ ଦେବୀ ଭାବେ ପୂଜା କରାଯାଉଛି । ଦେବୀଙ୍କ ମୂର୍ତ୍ତି ଦେଖିବାକୁ ବିଲକୁଲ ‘ଷ୍ଟାଚୁ ଅଫ୍ ଲିବର୍ଟି’ ସଦୃଶ । ଏଠାରେ ଦେବୀ ଗୋଟିଏ ହାତରେ ବହି ଓ ଅନ୍ୟ ହାତରେ କଲମ ଧରି ଠିଆ ହୋଇଛନ୍ତି । ଇଂରାଜୀ ଦେବୀଙ୍କ ଏହି ମନ୍ଦିରକୁ ୨୦୧୦ ମସିହାରେ ସ୍ଥାପନ କରାଯାଇଥିଲା । ଏହାକୁ ସେହି ଅଞ୍ଚଳର ଜଣେ ଦଳିତ ନେତା ସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ