ଏସିବି ଫାଉଣ୍ଡେସନ ପକ୍ଷରୁ ପାଣି ବଟଲ ବଣ୍ଟନ

ହାଟଡିହି – ଏସିବି ଫାଉଣ୍ଡେସନ କାହାଳିଆ ଗଡିଆ ତରଫରୁ ସିଦେ୍ଧଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ପାଣି ପିଅନ୍ତୁ ସ୍ୱଚ୍ଛ ରୁହନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଦ୍ଧ ପାନୀୟ ଜଳ ପିଇବା ଦ୍ୱାରା ଶରୀର କିପରି ସୁସ୍ଥ ରୁହେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ‘ସ୍ୱଚ୍ଛ ପାନୀୟ ଜଳ କର ବ୍ୟବହାର’ ଜଳ ହିଁ ଜୀବନ ଆଦି ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ପାଣି ବଟଲ ପ୍ରଦାନ କରିଥିଲେ । ବିଦ୍ୟାଳର ଶିକ୍ଷକ ନିରଞ୍ଜନ ଖଣ୍ଡା, ଐଶ୍ୱର୍ଯ୍ୟା ପ୍ରଧାନ, ରଶ୍ମିତା ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ