ସର୍ବଶିକ୍ଷା ପକ୍ଷରୁ ସ୍ୱନେତ୍ର କାର୍ଯ୍ୟକ୍ରମ, ୬୦୮ଜଣଙ୍କ ଚକ୍ଷୁ ପରୀକ୍ଷା

ହାଟଡ଼ିହି : ସର୍ବଶିକ୍ଷା ଅଭିଯାନ ପକ୍ଷରୁ ହାଟଡିହି ବ୍ଲକର ୩ଟି କେନ୍ଦ୍ରରେ ସ୍ୱନେତ୍ର କାର୍ଯ୍ୟକ୍ରମରେ ୬୦୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୨୦୮ଜଣଙ୍କୁ ଚଷମା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ହାଟଡିହି ହାଇସ୍କୁଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୭୯ଜଣ ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ୧୦୦ଜଣଙ୍କୁ ଚଷମା ଯୋଗାଇ ଦେବା ପାଇଁ ଚିହ୍ନଟ କରାଯାଇଥିଲା । ସେହିପରି ବାଲିବରେଇ ହାଇସ୍କୁଲରେ ୧୬୧ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ୪୮ଜଣଙ୍କୁ ଚଷମା ଯୋଗାଇ ଦେବାପାଇଁ ଚିହ୍ନଟ କରାଯାଇଥିଲା । ସେହିପରି ଶାଳଣିଆଁ ହାଇସ୍କୁଲରେ ୧୬୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୬୦ଜଣଙ୍କୁ ମାମଣାରେ ଚଷମା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ଉଦୟ ଭାଷ୍କର ପଣ୍ଡା, ଡଃ ପ୍ରଶାନ୍ତ ନାୟକ, ଡଃ ସୁଦୀପ୍ତା ପଣ୍ଡା, ଡଃ ସସ୍ମିତାଞ୍ଜଳୀ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ନିରଞ୍ଜନ ମହାପାତ୍ର, ରବିନ୍ଦ୍ର କୁମାର ରାଉତ, ବିଶ୍ୱ ଭୂଷଣ ରାଉଳ, କାମଦେବ ପରିଡା, ବିଘ୍ନରାଜ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ