‘ଏସ୍ପିରେସନାଲ ଡିଷ୍ଟ୍ରିକ’ କାର୍ଯ୍ୟକ୍ରମ ପାଇଁ ଚୁକ୍ତି ସ୍ୱାକ୍ଷରିତ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ): ବେଦାନ୍ତ ଲିମିଟେଡ ନିଜର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଅନ୍ତର୍ଗତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କର ଜୀବନ ଧାରଣାରେ ଉନ୍ନତି ଆଣିବା ପାଇଁ ନିତି ଆୟୋଗ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି । ନିତି ଆୟୋଗ ଏବଂ ବେଦାନ୍ତ ମିଳିତ ଭାବେ ନୂତନ କାର୍ଯ୍ୟ ଶୈଳୀ ଦ୍ୱାରା ଜିଲ୍ଲାରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ପାଇଁ ସ୍ୱାସ୍ଥ୍ୟପୋଷଣ, ଶିକ୍ଷା, ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଜୀବନ ଧାରଣର ଉନ୍ନତି କରିବା ଉପରେ କାର୍ଯ୍ୟ କରିବେ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ନିତି ଅନ୍ତର୍ଗତ ଏସ୍ପିରେସନାଲ ଜିଲ୍ଲା ଇନଫ୍ରାଷ୍ଟ୍ରକ୍ଚର ସମ୍ବନ୍ଧିତ କ୍ଷେତ୍ରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ବେଦାନ୍ତ, ସ୍ଥାନୀୟ ସରକାରଙ୍କ ପ୍ରତିନିଧି, ନିତି ଆୟୋଗର କାର୍ଯ୍ୟକର୍ତା ଏବଂ ରାଜ୍ୟ ସରକାର ପରାମର୍ଶରେ ଅଭିନବ ସମଧାନ ପାଇଁ ଅଧ୍ୟୟନ ଏବଂ ଗୁଣଦାୟକ ଗବେଷଣା କରିବା ପାଇଁ କାମ କରିବ, ଚିହ୍ନିତ କ୍ଷେତ୍ରରେ ଜ୍ଞାନ କୌଶଳ ଏବଂ ଅଭିନବୀକରଣ ପ୍ରଦର୍ଶନ କରିବା, ସୁଚନା ପାଇଁ ଉତ୍ପାଦ ଗୁଡିକ ସହ ମାନ ନିର୍ଦ୍ଦାରଣ କରିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଇତ୍ୟାଦି ଅନ୍ତର୍ଗତ । ନିଜ କ୍ଷେତ୍ରରେ ନିତି ଆୟୋଗ ବେଦାନ୍ତ ଦ୍ୱାରା ବିକଶିତ କରାଯାଇଥିବା ଯୋଜନା ଗୁଡିକ ସହଜ ତଥ୍ୟ ସୁବିଧା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏସ୍ଓଆଇ ସ୍ୱାକ୍ଷରିତ ସମୟରେ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ଅମିତାଭ କାନ୍ତ କହିଛନ୍ତି ଯେ ଏହି ମିଳିତ ସହଯୋଗ ଆବଶ୍ୟକୀୟ ବ୍ୟାଘାତ ଜନିତ ହସ୍ତକ୍ଷେପ ପାଇଁ ସାହାଯ୍ୟକରିବ ଯାହାକି ଓଡ଼ିଶାର ଏସ୍ପିରେସନାଲ ଜିଲ୍ଲା କଳାହାଣ୍ଡିକୁ ବଦଳାଇବା ପାଇଁ ସବୁଠାରୁ ଅଧିକ ଦରକାର ଅଟେ । ଜିଲ୍ଲାର ବିକାଶତ୍ମକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଏସ୍ପିରେସନାଲ ଜିଲ୍ଲା ରୂପରେ ପରିଭାଷିତ କରିବା ପାଇଁ ଏହି ମିଳିତ ସହଯୋଗ କଳାହାଣ୍ଡି ତଥା ଓଡ଼ିଶାର ଅନ୍ୟ ଏସ୍ପିରେସନାଲ ଜିଲ୍ଲା ଗୁଡିକରେ ଲୋକମାନଙ୍କର ଜୀବନ ଧାରଣକୁ ସହଜ ଏବଂ ସରଳ କରିବାରେ ସାହାଯ୍ୟ କରୁଛି । ଶ୍ରୀ ରହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ -ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ ଗତ ୧୩ ବର୍ଷ ଧରି ବେଦାନ୍ତ ଓଡ଼ିଶାରେ ଗୋଷ୍ଠୀ ମାନଙ୍କର ଉନ୍ନତି ସାଧନ କରିଆସିଛି । ଆମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଥମରୁ କାଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ ସମ୍ପ୍ରଦାୟଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ କରିଆସୁଛୁ ଏବଂ ଏହା ଆମର ଦାୟିତ୍ୱ ଅଟେ\nଯେ ଆମେ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣକୁ ବଦଳାଇବା ତଥା ସେମାନଙ୍କୁ ସଶକ୍ତି କରଣ କରିବାରେ ବିଶ୍ୱାସ ରଖୁ । ନିତି ଆୟୋଗ ସହିତ ମିଳିତ ହୋଇ ଏସ୍ଓଆଇ ରେ ଚୁକ୍ତି କରିବା ଓଡ଼ିଶାର କାଳାହାଣ୍ଡି ଜିଲ୍ଲାର ସମସ୍ତ ବିକାଶକୁ ଆହୁରି ତ୍ୱରାନ୍ୱିତ କରିପାରିବ ।