ମାଲେସିଆ ଜାହାଜରୁ କଢା ଚାଲିଛି ତେଲ

ଚିଲିକା ପାଇଁ ମହାବିପଦ ସାଜିଥିବା ସମୁଦ୍ରରେ ଦିଗ ଭୁଲିଯିବା ମାଲେସିଆର ଜିନ୍ ହକ ଜାହାଜ ରୁ ଆରମ୍ଭ ହୋଇଛି ତେଲ ବାହାର କରାଯିବା ପ୍ରକ୍ରିୟା । ଗତକାଲି ରାତିରେ କିଛି ତେଲ ବାହାର କରାଯାଇଥିବାବେଳେ ଆଜି ପୁଣି ତେଲ ବାହାର କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚିଲିକା ରାଜହଂସ ନିକଟରେ ଫସି ରହିଥିବା ମାଲେସୀୟ ଜାହାଜର କଂଟେନର ପାଣିରେ ବୁଡିବାକୁ ଲାଗିବା ପରେ ଏହି ନିଷ୍ପତି ନେଇଛି ପ୍ରଶାସନ । ଜାହାଜର କଂଟେନରରେ ୫ ରୁ ୬ ଇଂଚ୍ର ଫାଟ ବି ହୋଇଥିଲା । ଫାଟ ମଧ୍ୟରେ ପାଣି ପଶି କଂଟେନରଟି ଏବେ ଢଳି ପଡିଛି । ସେପଟେ ଜାହାଜର ଇଂଜିନକୁ ଦଉଡି ବାନ୍ଧି ରଖାଯାଇଛି । ତେବେ ତାହା ବି କେତେବେଳେ ବୁଡି ଯିବ କହିହେବନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ