ଏସ୍ବିଆଇ ଲାଇଫ୍ ପକ୍ଷରୁ ଥାଙ୍କସ୍ ଏ ଡଟ୍ ଅଭିଯାନ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ସର୍ବବୃହତ ଘରୋଇ ଜୀବନ ବୀମା କମ୍ପାନୀ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି ପାଇଁ ଥାଙ୍କସ୍ ଏ ଡଟ୍ ନାମକ ଏକ ଆତ୍ମପରୀକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଟାଟା ମେମୋରିଆଲ ହସ୍ପିଟାଲ୍ର ଓମେନ୍ କ୍ୟାନସର୍ ଇନିସିଏଟିଭ୍ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଛି । କିଭଳି ସ୍ତନ କର୍କଟକୁ ଆଗୁଆ ଚିହ୍ନଟ କରାଯାଇପାରିବ ସେ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହି ଅଭିଯାନରେ ପ୍ରୟାସ କରାଯାଉଛି । ମହିଳାମାନେ ଏସ୍ବିଆଇ ଲାଇଫ୍ର କର୍ପୋରେଟ୍ ୱେବସାଇଟ୍ରୁ ମାଗଣା ସହଜରେ ବ୍ୟବହାର ହେଉଥିବା ସ୍ତନ କର୍କଟ ଚିହ୍ନଟ ମଡ୍ୟୁଲ ମଗାଇପାରିବେ । ପ୍ରକାଶ ଯେ ବିଗତ ୨୬ ବର୍ଷ ଭିତରେ ଭାରତରେ କ୍ୟାନସର୍ ପରିମାଣ ଦୁଇ ଗୁଣ ବଢ଼ିଯାଇଛି । ଉଭୟ ଆବେଗିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହେଉଥିବା ପରିବାର ଉପରେ ଏହାର ପ୍ରଭାବ ବେଶ ଭୟଙ୍କର । ଥାଙ୍କସ୍ ଏ ଡଟ୍ ଅଭିଯାନରେ ମହିଳାମାନଙ୍କୁ ସହଜରେ ଆତ୍ମକ ପରୀକ୍ଷା ଜରିଆରେ ସ୍ତନ କର୍କଟ ଚିହ୍ନଟ ନେଇ ସଚେତନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ