ଏସ୍ଏମ୍ଆଇଟି ସମ୍ମିଳନୀ କକ୍ଷରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ
ବ୍ରହ୍ମପୁର, (ଅନିଲ କୁମାର) ବ୍ରହ୍ମପୁରସ୍ଥିତ ସଂଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନ( ଏସ୍ଏମ୍ଆଇଟି) ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶନିବାର ୫.୩୦ ମିନିଟ୍ରେ ସାମାଜିକ ଦୂରତାକୁ ରକ୍ଷା କରି ଅନୁଷ୍ଠାନର ପରିଚାଳନା କମିଟିର ସଭ୍ୟ ଓ କର୍ମଚାରୀମାନେ ବ୍ରହ୍ମପୁର ହିଲ୍ାପଟଣା ସ୍ଥିତ ଏସ୍ଏମ୍ଆଇଟି ସମ୍ମିଳନୀ ଗୃହରେ ସଂଗୀତ ଗାନ କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଡ.ଭଗବାନ ଗନ୍ତାୟତ, ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା, ସଭ୍ୟ ଇଂ. ଶରତ ଚନ୍ଦ୍ର ଚୌଧୁରୀ, ବରିଷ୍ଠ ଆଇନଜୀବୀ ଡ. ସଚିଦାନନ୍ଦ ରଥ, ବୟୋଜ୍ୟେଷ୍ଠ ଡାକ୍ତର ପ୍ରଫୁଲ ଚନ୍ଦ୍ର ସାହୁ, ସଭ୍ୟ ଡ. ସୋନାଲି ଗନ୍ତାୟତ, ଅଧ୍ୟକ୍ଷ ଡ. ଜଗନ୍ନାଥ ସାହୁ, ସୁଧାଂଶୁ ମୋହନ ପାଢ଼ୀ, ଡ. ସତ୍ୟବ୍ରତ ଦାସ, ଡ. ମନୋଜ କୁମାର ମୁନି, ଡ. ମଞ୍ଜୁପ୍ରଭା ଦାସ, ଡ. ହରିକୃଷ୍ଣ ବେହେରା, ଇଂ. ରାମଚନ୍ଦ୍ର ପଣ୍ଡା, ଇଂ. ସବ୍ୟସାଚୀ ପଟ୍ଟନାୟକ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମମତା ସାହୁ, ସିତାରାମ ପଣ୍ଡା, ପ୍ରଶାସନିକ ଅଧିକାରୀ ବିନାୟକ ପାତ୍ର, ରବି ପଟ୍ଟନାୟକ, ଶ୍ରଦ୍ଧାରାଣୀ ଦାସ, କେଦାର ନାଥ ଦାସ, ବିଜୟ ଚନ୍ଦ୍ର ଚୌଧୁରୀ, କେ.ପ୍ରସାଦ ରେଡି, ପ୍ରଶାନ୍ତ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ ।