ଏସ୍‌କେସିଜିରେ ଓଡିଆ ବିଭାଗର ପାଠଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ସ୍ରଷ୍ଟା ଆପନ୍ନା ପରିଚ୍ଛା” ଶୀର୍ଷକରେ ସପ୍ତାହିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରକୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅଜୟ କୁମାର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳା ମାଟରି ମହକ ବା ପାରଳାର ସାହିତ୍ୟ ତଥ ସ୍ରଷ୍ଟାମାନଙ୍କୁ ଚିହ୍ନିବା ଓ ଚର୍ଚ୍ଚାକରିବାକୁ ପ୍ରେରଣା ଦେଇଥିଲେ । ଏଥି ସହିତ ଓଡିଆ ସାହିତ୍ୟର ଇତିହାସରେ ପାରଳାମାଟି ସଦାସର୍ବଦା ଉପେକ୍ଷିତ ହୋଇଆସିଛି । ଶ୍ରୀରାଧା ଗୋପୀନାଥ ବଲ୍ଲଭ ନାଟକକୁ ପ୍ରଥମ ନାଟକର ମାନ୍ୟତା ନିମନ୍ତେ ଏକ ସ୍ୱତନ୍ତ୍ର ଗବେଷଣାର ଆବଶ୍ୟକତାକୁ ସେ ଆହ୍ୱାନ ଦେଇଥିଲେ । ସେହିପରି ଡ.ଚନ୍ଦ୍ରଶେଖର ଦାସ ନିଜ ମାର୍ଗକୁ ଚିହ୍ନିଲେ ବିଶ୍ୱକୁ ଚିହ୍ନିପାରିବ ବୋଲି କହିଥିଲେ ଏବଂ ଆପନ୍ନା ପରିଚ୍ଛାଙ୍କ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ସ୍ନାତକ ତୃତୀୟ ବର୍ଷର ଛାତ୍ରୀ କୁମାରୀ ପୂଜାରାଣୀ ପଡିହାରୀ, କୁମାରୀ ଗାୟତ୍ରୀ ଶବର ଏବଂ ସ୍ନାତକୋ ଦ୍ୱିତୀୟ ବର୍ଷର ଛାତ୍ରୀ କୁମାରୀ ଲିଶା ପାଣିଗ୍ରାହୀ ସ୍ରଷ୍ଟା ଆପନ୍ନା ପରିଚ୍ଛା ଶୀର୍ଷକ ନିଜ ନିଜର ପତ୍ର ପାଠ କରିଥିଲେ । ଏହି ପାଠଚକ୍ରରେ ମୁଖ୍ୟ ବକ୍କା ଭାବେ ଗବେଷକ ଦେବାଶିଷ ମହାପାତ୍ର ଯୋଗଦେଇ ଆପନ୍ନା ପରିଚ୍ଛାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କ କୃତି ତଥା ତାଙ୍କର ନାଟକ ଗୁଡିକ ସମ୍ପ୍ରକ୍ରେ ବିଷଦ ବାବେ ଆଲୋଚନା କରିଥିଲେ । ପରିଶେଷରେ ଅଧ୍ୟାପକ ଅର୍ଜୁନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚ୍ୟ ପାଠଚକ୍ରରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ସକ୍ରିୟଭାବେ ଅଂଶ ଗ୍ରହଣ କରି ପାଠଚକର୍କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ