ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିରରେ ଯୋଗଦେଲେ ୧୨ଜଣ ଛାତ୍ରୀ
ପାରଳାଖେମୁଣ୍ଡି. (ତାରିଣୀ ପ୍ରସାଦ ପଣ୍ଡା) :-ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ୱରଙ୍କ ନିର୍ଦ୍ଦେଶାନୁଯାୟୀ, ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଭୁବନେଶ୍ୱରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଆସନ୍ତା ୦୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମହାବିଦ୍ୟାଳୟରୁ ଛାତ୍ରୀମାନେ ଯୋଗଦେବେ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଚାରୋଟି ମହାବିଦ୍ୟାଳୟର ୧୨ ଜଣ ଛାତ୍ରୀ ଯୋଗଦେଇଥିବାର ଜଣାପଡିଛି । ଏହି ମହାବିଦ୍ୟାଳୟ ଗୁଡିକ ହେଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ, ଗୁରାଣ୍ଡି ଗ୍ରାମର ମୀନକେତନ ଡିଗ୍ରୀ ମହାବିଦ୍ୟାଳୟ ଓ କାଶୀନଗରର ଶ୍ରୀରାମ ଡିଗ୍ରୀ ମହାବିଦଳୟ ବୋଲି ଜଣାପଡିଛି । ଏହି ଛାତ୍ରୀମାନେ ଆତ୍ମସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ନେବା ପରେ ମାଷ୍ଟର ଟ୍ରେନର ହୋଇ ଫେରିବା ପରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସମ୍ପର୍କରେ ତାଲିମ ଦେବାକୁ ସକ୍ଷମ ହେବେ । ଏହି ତାଲିମ ଶିବିରରେ ଯୋଗ ଦେବା ପାଇଁ ଛାତ୍ରୀମାନେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦୟାଳୟର ନୋଡାଲ ଅଫିସର ଡ. ପି.ନିରଜା ଓ ମହିଳା ସ୍ନାତକ ମହାବିଦ୍ୟାଳୟ ଗୃହବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ପ୍ରଧାନଙ୍କର ତତ୍ୱାବଧାନରେ ଯାତ୍ରା କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାକୁ ନେଇ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ସମେତ ଅନ୍ୟ ତିନୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ପ୍ରଶଂସା କରିବା ସହିତ ଉଚ୍ଚ ଶିକ୍ଷା ବିଭାଗର ଏହି ଅଭିନବ ପ୍ରୟାସକୁ ସ୍ୱାଗତ ମଧ୍ୟ କରିଛନ୍ତି । ଉକ୍ତ ତାଲିମ ଶିବିରରେ ଗଜପତିର ୪ଗୋଟି ମହାବିଦ୍ୟାଳୟର ଯୋଗ ଦେଇଥିବା ଛାତ୍ରୀମାନେ ହେଲେ ଯଥା ମୋହିନୀ ଶବର, ମେଘା ବେହେରା, ନିତୁ ଜେନା, ଗାୟତ୍ରୀ ଜାନି, କେ.ଜୟଲକ୍ଷ୍ମୀ, ଜ୍ୟୋତି ଭୂୟାଁ, ପ୍ରଭାସିନୀ ଭୂୟାଁ, ବନ୍ଦନା ଦୀପିକା, ପ୍ରଜ୍ଞାବତୀ ରଇତ, ଶ୍ରୀୟା ଦାସ, ସାଗରିକା ପାତ୍ର ଓ ରେଶମା ପଣ୍ଡା ।


