ଏସ୍‌ପିଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତଙ୍କୁ ମେଡ଼ିକାଲ୍ ପଠାଇଲେ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଆଜି ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତା କଡ଼ରୁ ଉଠାଇ ମେଡ଼ିକାଲ ପଠାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛଇ । ସାଧାରଣ ବଡ଼ ଲୋକମାନେ ଏପରି ସାହାର୍ଯ୍ୟ କରିବାର ଚିତ୍ର ସମାଜରୁ ଦୂରୀଭୂତ ହୋଇଗଲାଣି । ମାତ୍ର ଏସ୍‌ପି ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀଙ୍କ ଆଗରେ ପ୍ରଶଂସାର ପାତ୍ର ବନିଛନ୍ତି । ଏସ୍‌ପି ପୀନାକ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅସ୍ଥାୟୀ ପୋଲିସ ପୋଷ୍ଟ ନିକଟକୁ ଯାଉଥିବା ବେଳେ ଜାତୀୟ ରାଜପଥରେ ଏକ ଦୁର୍ଘଟଣାର ଶିକାର ହୋଇ ଜଣେ ଗୁରୁତର ବ୍ୟକ୍ତି ରାସ୍ତା କଡ଼ରେ ପଡ଼ିଥିବା ଦେଖି ତାଙ୍କୁ ନିଜ ଗାଡିରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ବଡ଼ ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ପରେ ଏନେଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା । ତେବେ ଏସ୍‌ପିଙ୍କ ଏହି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ