ଅଫିସ ଆସିଲେ ସବୁ ସରକାରୀ କର୍ମଚାରୀ

ଭୁବନେଶ୍ୱର : କରୋନା ପାଇଁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ତାଲାବନ୍ଦ ଜାରି ରହିବ । କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ସବୁ ସରକାରୀ ଅଫିସ ଖୋଲିବାକୁ ନିଷ୍ପତି ନିଆଯାଇଛି । ପୂର୍ବଭଳି ୩୦% କି ୫୦% ନୁହେଁ ଶତ ପ୍ରତିଶତ କର୍ମଚାରୀ ଅଫିସ ଆସିବେ ବୋଲି ସରକାର କହିଛନ୍ତି । ଫଳରେ ଆଜିଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇଛନ୍ତି । ତେବେ ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ, ଜ୍ୱର କିମ୍ବା ଫ୍ଲୁ ଲକ୍ଷଣ ଥିବ ତେବେ ସେମାନେ ଅଫିସ ଆସିବେ ନାହିଁ ।
ସୂଚନାଯୋଗ୍ୟଯେ, ଲକଡାଉନ ଆରମ୍ଭ ହେବା ପରଠାରୁ ଅନେକ ଅଫିସ ବନ୍ଦ ରହିଥିଲା । କେବଳ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଏବଂ କୋଭିଡ଼ ମୁକାବିଲାରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀମାନେ ଅଫିସ ଆସୁଥିଲେ । ରୋଷ୍ଟର ପଦ୍ଧତିରେ ସେମାନେ ଅଫିସ ଆସୁଥିଲେ । କିନ୍ତୁ ଲକଡାଉନ ୪.୦ରେ ଅନେକ କଟକଣା କୋହଳ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ