ଏସ୍‌ପିଙ୍କ ମାନବିକତାକୁ ଦେଖି ପ୍ରଶଂସାର ସୁଅ ଛୁଟୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଏସ୍‌ପି ଜୟରାମ ଶତପଥୀଙ୍କ ମାନବିକତାକୁ ଦେଖି ସହରର ବିଭିନ୍ନ ମହଲ ତଥା ଜନସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟିବା ସହ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ୭ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହରର ରାମନଗର ଛକ ନିକଟରେ ଏକ କାର ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ପଥଚାରୀ ଜଣକଙ୍କ ଗୋଡ ଓ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଛଟପଟ ହେଉଥିଲେ ମଧ୍ୟ ସେହି ରାସ୍ତା ଦେଇଯାଉଥିବା ଅନ୍ୟାନ୍ୟ ପଥଚାରୀ ଓ ଅଞ୍ଚଳବାସୀ ଘଟଣା ସବୁ ଦେଖି କେତେକ ନିଜ ନିଜ ମୋବାଇଲ ବାହାର କରି ଚିତ୍ରଉତ୍ତଳନ କରୁଥିଲେ ମଧ୍ୟ ଉଦ୍ଧାର କରି ନ ଥିଲେ । ଇତିମଧ୍ୟରେ ଏହି ରସ୍ତା ଦେଇ ଗଜପତି ଏସ୍‌ପି ଶ୍ରୀ ଶତପଥୀ ସରକାରୀ ଗାଡିରେ ଯାଉଥିଲେ । ଡ୍ରାଇଭରଙ୍କୁ ତୁରନ୍ତ ଗାଡି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଡି ଅଟକିବା ପରେ ଆହତ ବ୍ୟକ୍ତି ଜଣଙ୍କ ନିକଟକୁ ଯାଇ ଉଦ୍ଧାର କରିବା ସହ ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏହାପରେ ସେ ନିଜେ ଏକ ସ୍କୁଟିଗାଡିରେ ବସି ବୈଠକକୁ ଯାଇଥିବାର ଜଣାପଡିଛି । ଏହି ଘଟଣା ସମଗ୍ର ସହରରେ ପ୍ରଚାର ହେବାପରେ ଲୋକେ ଏସ୍‌ପି ଶ୍ରୀ ଶତପଥୀଙ୍କ ମାନବିକତାକୁ ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ