ଏସ୍‌.ଜି.ଏସ୍‌.ୱାଇ. ହ୍ୟାଚେରୀର ପୁନଃରୁଦ୍ଧାର ଓ କୁକୁଡା ଚିଆଁ ବିତରଣର ଶୁଭାରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଜିଲ୍ଲା ଏସ୍‌.ଜି.ଏସ୍‌.ୱାଇ. ହ୍ୟାଚେରୀର ପୁନଃରୁଦ୍ଧାର ଓ ଦିନିକିଆ କୁକୁଡା ଚିଆଁ ବିତରଣର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଯୋଗଦେଇ କୁକୁଡା ପାଳନ ମାଧ୍ୟମରେ ଗରୀବ ଚାଷୀ ମାନଙ୍କର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ସି.ଡି.ଭି.ଓ. ଡାକ୍ତର ଶୀନିବାସ ସାହୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଥିବା ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି କୁକୁଡା ପାଳନକୁ ନିଜର ଏକ ଜୀବିକା ଭାବେ ଚୟନ କରିବାକୁ ପରାମର୍ଶ ଦେଇଥିବାବେଳେ ଏଡିଭିଓ ଡାକ୍ତର ଅରବିନ୍ଦ ବେହେରା ଯୋଗଦେଇ କୁକୁଡା ପାଳନ ମାଧ୍ୟମରେ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏଡିଭିଓ ଡାକ୍ତର ପ୍ରଶାନ୍ତ କୁମାର ସାମଲ ପରିଚାଳନା କରିଥିଲେ । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ ଆଗ୍ରହୀ ଚାଷୀ ମାନଙ୍କୁ କୁକୁଡା ଚିଆଁ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକର ବିଭିଓ ଡାକ୍ତର ଶୁଭ ବିକାଶ ମଲ୍ଲିକ, ନୋଡାଲ ଅଧିକାରୀ ଡାକ୍ତର ଅଭିଜିତ ମିଶ୍ର, ଡାକ୍ତର ଏସ୍‌. କାମେଶ୍ୱର ରେଡ୍ଡି ଏବଂ ସିଡିଭିଓ ଅଫିସର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସି.ଡି.ଭି.ଓ. ଶ୍ରୀ ସାହୁ ଉପସ୍ଥିତ ଚାଷୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ