ଏହି ଗାଁକୁ ବୁଲି ଆସିଲେ ଦୂର ହେବ ଦାରିଦ୍ର୍ୟତା
ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ । ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ । ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଉତ୍ତରାଖଣ୍ଡର ଚମେଲୀ ଜିଲ୍ଲାରେ ଥିବା ମାଣା ଗାଁକୁ ଚାଲିଆସନ୍ତୁ । ବଦ୍ରୀନାଥ ଧାମଠୁ ମାତ୍ର ୩ କି.ମି ଦୂରରେ ଭାରତ ଏବଂ ତିବ୍ଦତ୍ ସୀମାରେ ଅବସ୍ଥିତ ଏହି ଗାଁ ଭଗବାନ ଶିବଙ୍କ ମହାନ୍ ଭକ୍ତ ମଣିଭଦ୍ରଙ୍କ ନାମାନୁସାରେ ରଖାଯାଇଛି । ଶାସ୍ତ୍ରରେ ବର୍ଣ୍ଣିତ ରହିଛି, ଗାଁରେ ପାଦ ଦେବା ମାତ୍ରକେ ମଣିଷ ପାପମୁକ୍ତ ହୋଇଥାଏ । ମାନ୍ୟତା ରହଛି, ଏହି ଗାଁ ମଣିଷକୁ ସ୍ୱପ୍ନଦ୍ରଷ୍ଟା କରିଥାଏ । ଭଗବାନ ଶିବଙ୍କ ଅପାର ମହିମା ଯୋଗୁ ଗାଁକୁ ଆସିବା ମାତ୍ରକେ ସମସ୍ତ ପ୍ରକାର ଆର୍ଥିକ କଷ୍ଟରୁ ମୁକ୍ତି ମିଳିଥାଏ । କିମ୍ବଦନ୍ତୀରୁ ଜଣାପଡ଼େ, ପ୍ରାଚୀନ କାଳରେ ଏଠାରେ ମାଣିକ ଶାହ ନାମରେ ଜଣେ ବେପାରୀ ରହୁଥିଲେ । ସେ ମହାଦେବଙ୍କର ପରମ ଭକ୍ତ ଥିଲେ । ଥରେ କିଛି ଲୁଟେରା ତାଙ୍କ ମୁଣ୍ଡ କାଟ କରି ସୁନାଗହଣା, ଟଙ୍କାପଇସା ନେଇଗଲେ । କିନ୍ତୁ କଟା ମୁଣ୍ଡରେ ବି ସେ ମହାଦେବଙ୍କ ନାମ ଜପ କରୁଥିଲେ । ଭଗବାନ ଏଥିରେ ପ୍ରସନ୍ନ ହୋଇ ତାଙ୍କ ନାମାନୁସାରେ ଗାଁର ନାମ ମାଣା ରଖିଲେ । ଏହାସହ ବରଦାନ ଦେଲେ ମାଣା ଆସିଲେ ପ୍ରତ୍ୟେକ ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହେବ ।