ନାକ ଗଳାରେ ଫସିଗଲା ନକଲି ଦାନ୍ତ
ବ୍ରିଟେନ୍ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍ ଜ୍ୟାକ୍ଙ୍କ ଗଳାରୁ ରକ୍ତ ବାହାରୁଥିଲା । ଜ୍ୟାକ୍ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ଅପରେଶନ୍ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଏହାର କାରଣ ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଡାକ୍ତର ନାକ ପଟେ ଫାଇବର ଅପ୍ଟିକ୍ କ୍ୟାମେରା ସାହାଯ୍ୟରେ ଜାଣିଲେ ଗଳାରେ କିଛି ଜିନିଷ ଅଟକି ରହିଛି । ପରୀକ୍ଷା କରିବାରୁ ନାକ ଗଳାରେ ଏକ ନକଲି ଦାନ୍ତ ଫସି ରହିଥିବା ଜଣାପଡ଼ିଲା । ଅପରେଶନ କରାଇ ଡାକ୍ତର ଗଳାରୁ ଦାନ୍ତଟିକୁ ବାହାର କରିଥିଲେ । ତେବେ ୬ ଦିନ ପରେ ଜ୍ୟାକ୍ଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ।


