ଏହି ଭାରତୀୟ ଗାଁରେ ସମସ୍ତେ କଥା ହୁଅନ୍ତି ପର୍ତ୍ତୁଗୀଜ୍ ଭାଷାରେ
ଭାରତ ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତିି । କିନ୍ତୁ ମହାରାଷ୍ଟ୍ର ରାଇଗଡର କୋରଲାଇ ଗାଁ ସବୁଠାରୁ ନିଆରା । କାରଣ ଏଠାରେ ଥିବା ଭାରତୀୟମାନେ ପର୍ତ୍ତୁଗୀଜ୍ ଭାଷାରେ କଥା ହୁଅନ୍ତି । କଥାଟା ଅଡୁଆ ଲାଗୁଥିଲେ ବି ସତ । ଏଠାରେ ପ୍ରାୟ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଏହା ଗୋଆ ଓ ଦାମନ ମଧ୍ୟ ଭାଗରେ ଅବସ୍ଥିତୟ ବହୁବର୍ଷ ପୁରୁଣା ଏକ ପର୍ତ୍ତୁଗିଜ ଫୋର୍ଟର ଭଗ୍ନାବଶେଷ ଏଠାରେ ଦେଖିବାକୁ ମିଳିଥାଏୟ ଇତିହାସ କହେ ପ୍ରାୟ ବିଂଶ ଶତାବ୍ଦୀ ବେଳକୁ ଏଠାରେ ଥିବା ମରାଠା ଓ ମୁସଲମାନମାନେ ଏଠାରୁ ଅଲଗା ହୋଇଯାଇଥିଲେ । ତେଣୁ ବାକି ରହିଯାଇଥିବା ପର୍ତ୍ତୁଗୀଜମାନଙ୍କର ବଂଶ ବୃଦ୍ଧି ପରେ ଏମାନେ ଆଉ ଅନ୍ୟ ଭାଷାରେ କଥା ନ ହୋଇ କେବଳ ପର୍ତ୍ତୁଗୀଜ୍ ଭାଷାରେ କଥା ହୋଇଥିଲେ । ସେବେଠାରୁ ଏଠାରେ ଏହି ଭାଷା ପ୍ରଚଳିତ ହୋଇ ଆସୁଛି ବୋଲି କୁହାଯାଏ ।