ଏହି ମେସିନକୁ ପିନ୍ଧି ଆପଣ ଲୋକଙ୍କ ମନରେ ଚାଲୁଥିବା କଥାକୁ ଜାଣିପାରିବେ

ଏହି ନିଆରା ମେସିନଟିର ନାଁ ହେଉଛି ଅଲ୍ଟର ଇଗୋ । ଏହାର ଉଦ୍ଭାବନ ଅର୍ଣ୍ଣବ କପୁର କରିଛନ୍ତି । ଏହା ଏକ ମାଇଣ୍ଡ ରିଡିଂ ଡିଭାଇସ । ବର୍ତ୍ତମାନ ଏହା ଧଳା ରଙ୍ଗର ଏକ ଅଜବ ମେଡିକାଲ ମେସିନ ଭଳି ଦେଖାଯାଉଛି । ଆଗକୁ ଏହାର ସ୍ମାର୍ଟ ଲୁକ୍ ବାଲା ଡିଜାଇନ ଆସିପାରେ ।
ଏମଆଇଟିର ଏହି ସିଷ୍ଟମରେ ଇଲେକ୍ଟ୍ରୋଡସ୍ ରହିଛି । ଯଦି କୌଣସି ବ୍ୟକ୍ତି କିଛି ଚିନ୍ତା କରୁଥିବ ତେବେ ଇଲେକଟ୍ରୋଡେସ୍ ସିଗ୍ନାଲ୍ ନେଇଥାଏ । ଏହି ସିଗ୍ନାଲକୁ ଏକ କମ୍ପ୍ୟୁଟରକୁ ପଠାଯାଏ । ଯାହା ଚିନ୍ତା କରାଯାଇଥିବା ଶବ୍ଦକୁ ଚିହ୍ନିବା ପାଇଁ ଏହି ସିଗ୍ନାଲର ବ୍ୟବହାର କରିଥାଏ । ଏମଆଇଟି ମିଡିଆ ଲ୍ୟାବର ୱେବସାଇଟ୍ ଏହା ସ୍ପଷ୍ଟ କରିଦେଇଛ ଯେ ଏହି ମେସିନ ବ୍ୟବହାରକାରୀଙ୍କ ମନକୁ ପଢ଼ିପାରିବ । କପୁରଙ୍କ ଟିମ୍ ଅନୁଯାୟୀ ବର୍ତ୍ତମାନ ଏହି ମେସିନ ୯୨ ପ୍ରତିଶତ ମନ କଥାକୁ ସଠିକ୍ ଭାବେ ପଢ଼ିପାରୁଛି । ଯାହାକୁ ଗୁଗୁଲ ଟ୍ରାନ୍ସସ୍କ୍ରିପସନରୁ ସାମାନ୍ୟ କମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ