ଏୟାରଇଣ୍ଡିଆଏକ୍ସପ୍ରେସ୍ପକ୍ଷରୁ “ଟାଇମ୍ଟୁଟ୍ରାଭେଲ୍”ରଶୁଭାରମ୍ଭ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏୟାରଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଟାଇମ୍ଟୁ ଟ୍ରାଭେଲ୍ ସେଲ୍ ଘୋଷଣା କରାଯାଇଛି ଯେଉଁଥିରେ ଯାତ୍ରୀମାନେ ଡୋମେଷ୍ଟିକ୍ରୁଟ୍ରେ ଯାତ୍ରାଲାଗି ବୁକିଂକରିପାରିବେ । ଏଥିରେ ଟିକଟ ଦାମ୍ ୧,୭୯୯ ଟଙ୍କାରୁ ଆରମ୍ଭ ହୋଇଛି । ଯାତ୍ରୀମାନେ ୨୦୨୪ ଜାନୁଆରି ୧୧ ଭିତରେ ବୁକିଂକରି ୨୦୨୪ ସେପ୍ଟେମ୍ବର ୩୦ ଭିତରେ ଯାତ୍ରା କରିପାରିବେ । ବେଙ୍ଗାଲୁରୁ-ଚେନ୍ନାଇ, ଦିଲ୍ଲୀ-ଜୟପୁର, ବେଙ୍ଗାଲୁରୁ-କୋଚି, ଦିଲ୍ଲୀ-ଗ୍ୱାଲିୟର ଓ କୋଲକାତା-ବାଗଡୋଗରାରୁଟ୍ରେ କଂପାନି ଆକର୍ଷଣୀୟ ଡିଲ୍ ପ୍ରଦାନ କରୁଛି । ନିଉପାସ୍ ରିୱାର୍ଡ କାର୍ଯ୍ୟକ୍ରମରେ ହାଇଫ୍ଲାୟର ଓ ଜେଟ୍ସେଟର ବ୍ୟାଜ୍ ଥିବା ସଦସ୍ୟ ମାନେ ଏକ୍ସପ୍ରେସ୍ ଆହେଡ୍ ଅଧୀନରେ ଅଗ୍ରାଧିକାର ସେବା ପାଇପାରିବେ । ଟାଟା ନିଉପାସ୍ ରିୱାର୍ଡ କାର୍ଯ୍ୟକ୍ରମରେ ସଦସ୍ୟମାନେ ୮% ପର୍ଯ୍ୟନ୍ତ ନିଉକଏନ୍ଜିତିପାରିବେ ।ଏହାବ୍ୟତୀତଭୋଜନ,ସିଟ୍, ବ୍ୟାଗେଜ୍, ପରିବର୍ତନ ଓ ବାତିଲ ଫି’ ଛାଡ଼ସୁବିଧା ପାଇପାରିବେ । ଲୟାଲ୍ଟି ସଦସ୍ୟଙ୍କ ବ୍ୟତୀତ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଏସଏମଇ, ନିର୍ଭରଶୀଳ ଏବଂ ସେନାବାହିନୀର ସଦସ୍ୟମାନେ କଂପାନିର ମୋବାଇଲ ଆପ୍ ଓ ୱେବସାଇଟ୍ ସ୍ୱତନ୍ତ୍ର ଭଡ଼ା ପାଇପାରିବେ । ଏୟାରଇଣ୍ଡିଆ ଏକ୍ସପ୍ରେସ ଦୈନିକ ୩୨୫ରୁ ଅଧିକବିମାନ ଚଳାଚଳକରି ୩୧ଟି ଘରୋଇ ଓ ୧୪ଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ସଂଯୋଗ ପ୍ରଦାନ କରୁଥିବା ବେଳେ ୩୫ଟି ବୋଇଂ ୭୩୭ ଓ ୨୮ଟି ଏୟାରବସ୍ ଏ୩୨୦ ବିମାନକୁ ମିଶାଇ ୬୩ଟି ବିମାନ ପରିଚାଳନା କରୁଛି ।ଏୟାରଇଣ୍ଡିଆ ଏକ୍ସପ୍ରେସ ଏହାର ନୂଆବ୍ରାଣ୍ଡ ପରିଚୟ ଉନ୍ମୋଚନ କରିଛି, ଯେଉଁଥିରେ ଯାତ୍ରୀମାନଙ୍କୁ ଡିଜିଟାଲ୍ ସଶକ୍ତ କରିବା ସହିତ “ଫ୍ଲାଇ ଆଜ୍ୟୁ ଆର” ପାଇଁ ଆମନ୍ତ୍ରଣ କରାଯାଇଛି । ବିଭିନ୍ନ ପ୍ରକାରର ଭୋଜନ, ଆରାମଦାୟକ ବସିବା ସିଟ୍, ଉଡ଼ାଣ ଅଭିଜ୍ଞତା ହବ୍ ଏୟାର ଫ୍ଲିକ୍ସ ଏବଂ ଏକ ସ୍ୱତନ୍ତ୍ର ଆନୁଗତ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ନୂତନ ସମ୍ଭାବନାକୁ ପ୍ରେରଣା ଦେବା ଏବଂ ଅତୁଳନୀୟ ଭାରତୀୟ ଉଷ୍ମତାସହିତ ଅର୍ଥ ପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ପାଇଁଏୟାର ଲାଇନ୍ସର ଲକ୍ଷ୍ୟକୁ ନୂଆ ବ୍ରାଣ୍ଡ ପରିଚୟ ପ୍ରତିଫଳିତ କରୁଛି ।