ଏୟାରଟେଲ୍-ଜିିର ଉଦ୍ୟମରେ ଟିଭି ପରଦାରେ ଭାରିତୀୟ ଥିଏଟର୍

ନୂଆଦିଲ୍ଲୀ, (ଏଜେନ୍ସି): ଏୟାରଟେଲ୍ ଡିଜିଟାଲ ଟିଭି ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ୍ ଲିମିଟେଡ଼୍ର ଏକ ବିଭାଗ, ଜି ଥିଏଟର ପକ୍ଷରୁ ସ୍ପଟଲାଇଟ ନାମକ ଏକ ଚ୍ୟାନେଲର ଶୁଭାରମ୍ଭ କରାଯାଇଛି । ଉକ୍ତ ଚ୍ୟାନେଲରେ ସମ୍ପୂର୍ଣ୍ଣ ଦେଶର ଲୋକପ୍ରିୟ ଥିଏଟର ଗ୍ରୁପ୍ମାନଙ୍କ ଦ୍ୱାରା ଭାରତୀୟ ନାଟକଗୁଡ଼ିକ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସ୍ପଟଲାଇଟ୍ ଅସଲି ମଞ୍ଚ ଚ୍ୟାନେଲ ନମ୍ବର ୧୯୧ରେ ଏସ୍ଭିଓଡ଼ି ସେବାରେ ଉପଲବ୍ଧ ହେବା ସହ ଗ୍ରାହକ ପ୍ରଥମ ୧୦ଦିନ ଏହାକୁ ମାଗଣାରେ ଦେଖିପାରିବେ । ଟ୍ରାଏଲ ଅବଧି ପରେ ଉକ୍ତ ଚ୍ୟାନେଲ ବ୍ୟବହାର ପାଇଁ ଗ୍ରାହକମାନଙ୍କୁ ପ୍ରତି ମାସରେ ମାତ୍ର ୭୫ ଟଙ୍କା ଦେବାକୁ ହେବ । ଦର୍ଶକମାନେ ୧୦୦ରୁ ଉର୍ଦ୍ଧ ହିନ୍ଦି, ମରାଠି, ଗୁଜୁରାଟି, ବେଙ୍ଗଲି ଏବଂ ଇଂରାଜି ଭାଷାରେ କ୍ଲାସିକ୍, ଥ୍ରିଲର ଏବଂ କମେଡ଼ି ନାଟକ ଦେଖିବାର ସୁଯୋଗ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ