ଏୟାର୍ଏସିଆ ପକ୍ଷରୁ ଆନ୍ତର୍ଜାତିକ ଭଡାରେ ୭ଠ% ରିହାତି
ନୂଆଦିଲ୍ଲୀ, (ଏଜେନ୍ସି): ସୁଲଭ ମୂଲ୍ୟରେ ବିମାନ ଚଳାଚଳ ସେବା ପ୍ରଦାନ କରୁଥିବା ଏୟାରଏସିଆ ପକ୍ଷରୁ ଭାରତରୁ ବିଭିନ୍ନ ପ୍ରକାର ଅଞ୍ଚଳ ଯଥା କୁଆଲାଲୁମ୍ପୁର ଏବଂ ବ୍ୟାଙ୍କକ୍ ଭଳି ଆନ୍ତର୍ଜାତିକ ନେଟ୍ୱର୍କ ଉପରେ ରିହାତି ଦରର ଭଡ଼ା ପ୍ରଦାନ କରାଯାଉଛି । ଯାତ୍ରୀମାନେ ଏହି ସବୁ ସ୍ଥାନକୁ ବେଙ୍ଗାଲୁରୁ, ଭୁବନେଶ୍ୱର, କୋଲକାତା, କୋଚି, ଚେନ୍ନାଇ, ତ୍ରିଚି, ବିଶାଖାପାଟଣା, ଦିଲ୍ଲୀ, ଜୟପୁର, ଅହମ୍ମଦାବାଦ, ଅମୃତକାର ଓ ହାଇଦ୍ରାବାଦ ସ୍ଥାନରୁ ଯାତ୍ରା କରିପାରିବେ । ଏୟାର୍ଏସିଆର ପ୍ରବକ୍ତା କହିଛନ୍ତି ଯେ ଆଗୁଆ ଯାତାୟାତ କରିବାକୁ ଯୋଜନା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି । ଏୟାରଏସିଆ ପାଇଁ ବର୍ଷକୁ ବର୍ଷ ଆନ୍ତର୍ଜାତିକ ଯାତାୟାତ ପାଇଁ ଅଗ୍ରୀମ ବୁକିଂର ଧାରା ବି ବଢ଼ୁଛି ଏବଂ ୭୦% ପର୍ଯ୍ୟନ୍ତ ରିହାତି ଅଫର ସହିତ ଅଧିକରୁ ଅଧିକ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତାୟାତ କରିବାକୁ ଉତ୍ସାହିତ କରାଯାଉଛି । ୨୦୧୯ ଏପ୍ରିଲ୍ ୨୨ରେ ଏହି ଅଫର୍ରେ ଟିକଟ୍ ବିକ୍ରି ଆରମ୍ଭ ହୋଇଛି ଏବଂ ଏହା ଏପ୍ରିଲ୍ ୨୮ରେ ଶେଷ ହେବ । ଏହି ଅଫର୍ରେ ବୁକିଂ ହେଉଥିବା ଟିକଟ୍ରେ ଯାତ୍ରୀ ୨୦୧୯ ଅକ୍ଟୋବର ୧ରୁ ୨୦୨୦ ଜୁନ୍ ୨ ଭିତରେ ଯାତ୍ରା କରିପାରିବେ । ଅହମ୍ମଦାବାଦରୁ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ୨୦୧୯ ମେ’ ୩୧ରୁ ଆରମ୍ଭ ହେବ । ଏହି ଅଫର ଏୟାର ଏସିଆ ଗ୍ରୁପ୍ର ସମସ୍ତ ନେଟୱର୍କରେ ଉପଲବ୍ଧ ହୋଇଛି ।