ଏୟାର୍ଟେଲ୍କୁ ଟ୍ରାଇର ଭତ୍ସନା
ମୁମ୍ବାଇ, (ଏଜେନ୍ସି): ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ବ୍ରଡ଼କାଷ୍ଟିଂ ଓ କେବୁଲ ଟିଭି ସର୍ଭିସେସ୍ ସହିତ ସମ୍ପୃକ୍ତ ନୂଆ ରେଗୁଲେଟରୀ ଢାଞ୍ଚାର ପାଳନ ନକରିବା ଯୋଗୁୂଁ ଭାରତୀ ଲିମିଟେଡ଼୍କୁ ଭତ୍ସନା କରିଛନ୍ତି । ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍) ସେବା ପ୍ରଦାନକାରୀ ଏୟାର୍ଟେଲ୍ ଡିଜିଟାଲ୍ ଟିଭିକୁ ଏହି କମ୍ପାନୀ ପରିଚାଳନା କରିଥାଏ । ପଠାଯାଇଥିବା ନିର୍ଦ୍ଦେଶରେ ଟ୍ରାଇର ବ୍ରଡ଼କାଷ୍ଟ ଓ କେବୁଲ ସର୍ଭିସେସ୍ ଉପଦେଷ୍ଟା ଅରବିନ୍ଦ କୁମାର କମ୍ପାନୀକୁ ଉପଭୋକ୍ତାଙ୍କ ଠାରୁ ଆସିଥିବା ସମସ୍ତ ଅଭିଯୋଗର ସମାଧାନ କରିବା ଓ ନୂଆ ନିୟାମକୀୟ ଢାଞ୍ଚାର ପାଳନ କରିବାକୁ କହିଛନ୍ତି । ଯେଉଁଥିରେ ନୂଆ ଟାରିଫ୍ ଅର୍ଡ଼ର ପାଇଁ ପ୍ରାବଧାନ, ସର୍ଭିସେସ୍ ଷ୍ଟାଣ୍ଡାର୍ଡ଼ର ମାନକ ଓ କଞ୍ଜ୍ୟୁମର ସୁରକ୍ଷା ସହିତ ସମ୍ପୃକ୍ତ ନିୟମ ସାମିଲ ରହିଛି । ଟ୍ରାଇ କମ୍ପାନୀକୁ ୫ଦିନ ଭିତରେ ନୂଆ ରେଗୁଲେଟରି ଢାଞ୍ଚାର ପାଳନ କରିବାକୁ କହିଛନ୍ତି । ଟ୍ରାଇ କହିଛନ୍ତି ଯେ ଉପଭୋକ୍ତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ, ଏୟାର୍ଟେଲ୍ ଟିଭିର ୱେବ୍ସାଇଟ୍ ଓ ଟ୍ରାଇର ଅଧିକାରୀଙ୍କ ପକ୍ଷରୁ କଞ୍ଜ୍ୟୁମର ପରିସର ଯାଞ୍ଚ୍ ପରେ ରେଗୁଲେଟର୍, ଡିଟିଏଚ୍ ଅପରେଟର୍ ନିଜ ଉପଭୋକ୍ତାଙ୍କୁ ବାଧ୍ୟତା ଫ୍ରି ଟୁ ଏୟାର୍ ଚ୍ୟାନେଲ୍ ବୁକେ ହିଁ ଅଫର୍ କରୁଥିବା ଜାଣିବାକୁ ପାଇଛନ୍ତି । ତେବେ ଏଥିରେ କୌଣସି ବିକଳ୍ପ ମଧ୍ୟ ନାହିଁ । ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ଉପଭୋକ୍ତାଙ୍କ ସହମତି ବିନା ଅଫର୍ କରାଯାଉଥିବା ଏହି ବୁକେରେ କୌଣସି ଅତିରିକ୍ତ ନେଟ୍ୱାର୍କ କାପାସିଟି ଚାର୍ଜ (ଏନ୍ସିଏଫ୍) ନାହିଁ । ଏହି ଉପଭୋକ୍ତାଙ୍କ ଚୟନ କରାଯାଇଥିବା ଚ୍ୟାନେଲ୍ ବ୍ୟତୀତ ଅତିରିକ୍ତ ଚ୍ୟାନେଲ୍ ରହିଛି । ଏଥିସହିତ ଅଧିକତର ଉପଭୋକ୍ତା ନିଜ ଅଭିଯୋଗକୁ ଦାଏର କରିବା ପାଇଁ କମ୍ପାନୀର ଟୋଲ୍ ଫ୍ରି ନମ୍ବରରେ ସମ୍ପର୍କ ସ୍ଥାପନ କରିପାରୁ ନାହାଁନ୍ତି ।