ଏୟାର୍ୱେଜ୍କୁ ଇନ୍ଧନ ଯୋଗାଣ ବନ୍ଦ କଲା ଆଇଓସି
ମୁମ୍ବାଇ, (ଏଜେନ୍ସି): ନଗଦ ସଙ୍କଟ ସହିତ ସଂଘର୍ଷ କରୁଥିବା ଜେଟ୍ ଏୟାର୍ୱେଜ୍ର ସମସ୍ୟା ବଢ଼ି ଚାଲିଛି । ବକେୟା ପେମେଣ୍ଟ ନମିଳିବା କାରଣରୁ ସାର୍ବଜନିକ କ୍ଷେତ୍ରର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) କମ୍ପାନୀକୁ ଇନ୍ଧନ ଯୋଗାଣ ବନ୍ଦ କରିଛି । ସୂଚନାନୁସାରେ ଆଇଓସି ଶୁକ୍ରବାର ମଧ୍ୟାହ୍ନ ଠାରୁ ଇନ୍ଧନ ଯୋଗାଣ ଅଟକାଇ ଦେଇଛି । ଏ ସମ୍ବନ୍ଧରେ ଘରୋଇ କ୍ଷେତ୍ରର ଏୟାର୍ଲାଇନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଅଧିନସ୍ଥ ବ୍ୟାଙ୍କ୍ର ମିଶ୍ରିତ ଋଣ ପୁନର୍ଗଠନ ଯୋଜନା ଅଧିନରେ ଜେଟ୍ ଏୟାର୍ୱେଜ୍ର ପରିଚାଳନା ନିୟନ୍ତ୍ରଣ ହାତକୁ ନେବାକୁ ଯାଉଛି । ଏୟାର୍ଲାଇନ୍ ୨୬ ବିମାନର ଫ୍ଲିଟ୍ ସହିତ ନିଜ ଉଡ଼ାଣର ସଂଖ୍ୟାରେ ଉଚ୍ଚ ହ୍ରାସ୍ କରାଯାଇଛି । ଜେଟ୍ ଏୟାର୍ୱେଜ୍ର ନିର୍ଦ୍ଦେଶକ ମଣ୍ଡଳ ୨୫ ମାର୍ଚ୍ଚରେ ଏସ୍ବିଆଇର ଅଧିନସ୍ଥ କମ୍ପାନୀ ବ୍ୟାଙ୍କ୍ର ସମିଶ୍ରଣର ସମାଧାନ ଯୋଜନାକୁ ମଞ୍ଜୁରୀ ଦେଇଥିଲେ । ଯାହା ଅଧିନରେ ବ୍ୟାଙ୍କ୍ ଏୟାର୍ଲାଇନ୍ରେ ୧୫୦୦କୋଟି ଟଙ୍କାର ଆପାତ୍ କୋଷ ନିବେଶ କରିବାକୁ ପ୍ରକାଶ କରିଥିଲେ । ହେଲେ ଏଯାବତ୍ ଏୟାର୍ଲାଇନ୍କୁ ଏହି କୋଷ ମିଳିପାରିନାହିଁ । ପ୍ରକାଶ ଯେ ଜେଟ୍ ଉପରେ ବ୍ୟାଙ୍କ୍ର ୮,୦୫୦କୋଟି ଟଙ୍କା ଋଣ ରହିଛି । ଏହାର ରିଷ୍ଟ୍ରକଚରିଂ କରି ବ୍ୟାଙ୍କ୍ ଏୟାର୍ଲାଇନ୍ରେ ୫୦.୧% ଅଂଶ ନିଜ ଅଧିନକୁ ନେଇଛି । କମ୍ପାନୀର ପ୍ରମୋଟର ନରେଶ ଗୋଏଲ୍ଙ୍କ ଅଂଶ ୫୧%ରୁ ହ୍ରାସ୍ ପାଇ ୨୫% ଓ ଏତିହାଦ୍ର ୨୪%ରୁ ହ୍ରାସ୍ ପାଇ ୧୨% ରହିଛି ।


