ଏୟାର ଷ୍ଟାଇକ ରେ ୬୦ ମୃତ
ୟେମେନ ରେ ବିଦ୍ରୋହୀ ଙ୍କ ବିରୋଧରେ ଲଢୁଥୁବା ସାଉଦି ଆରବ ବଡ ଧରଣର ଏୟାର ଷ୍ଟାଇକ କରିଛି । ଧମାର ପ୍ରାନ୍ତର ଥିବା ଏକ ଜେଲ୍ ଉପରେ ଏୟାର ଷ୍ଟାଇକ କରିବା ଫଳରେ ୬୦ ଜଣ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏୟାର ଷ୍ଟାଇକରେ ଏକ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରାଯାଇଛି । ଧମାରସ୍ଥିତ ଏହି ବିଶ୍ୱବଦ୍ୟାଳୟକୁ ବିଦ୍ରୋହୀମାନେ ଜେଲ ଭାବେ ବ୍ୟବହାର କରୁଥିଲେ । ଧମାର ରାଜଧାନୀର ୧୦୦କିମି ଦୂରରେ ଏହା ଅବସ୍ଥିତ । ବିଦ୍ରୋହୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୟାନ ଦେଇଛି ଯେ ସାଉଦୀ ଆରବ ଆକ୍ରମଣରେ ୬୦ଜଣଙ୍କର ମୃତ୍ୟୁ ହୋଇଛି ।


