ଏ.ଆଇ.ସି.ସି.ଟି.ୟୁ ପକ୍ଷରୁ ଭାରତ ବନ୍ଦ

ଭୁବନେଶ୍ୱର- ଦଫା ଦାବି ନେଇ ଏ.ଆଇ.ସି.ସି.ଟି.ୟୁ ପକ୍ଷରୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନ, ରିଜର୍ଭ ବ୍ୟାଙ୍କ, ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ, ଆଇଆଇସିଆଇ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ବନ୍ଦ କରାଯାଇଥିଲା । ୧୨ ଦଫା ସମ୍ବଳିତ ଦାବିକୁ ମୋଦି ସରକାର ମାନି ନେବାକୁ ଏହି ବନ୍ଦ ଡ଼ାକରା ଦିଆଯ।ଇଥିଲା ବେଳେ ଦରଦାମ୍ ବୃଦ୍ଧି, ଏନ୍‌.ଆର.ପି. ଏନ୍‌.ଆର.ସିକୁ ବାତିଲ୍ କରିବା, ଲେବର କୋଡ଼ ସଂଶୋଧନ ବାତିଲ୍‌, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା, ସ୍ଥାୟୀ ଚାକିରୀ ଓ ସାମାଜିକ ସୁରକ୍ଷା, ବ୍ୟାପକ ଘରୋଇକରଣ ବିରୁଦ୍ଧରେ ଆଜି ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠି, ସିପିଆଇ (ଏମ୍‌ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରି ବନ୍ଦକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏଥିରେ ମାନସ ପ୍ରଧାନ, ଲିଙ୍ଗରାଜ ଚୌଧୁରୀ, ସଫେଇ କର୍ମଚାରୀ ନେତା ବିଜୟ ବେହେରା, ଶଙ୍କର ନାୟକ, ପ୍ରତାପ ଭୋଇ, ନିର୍ମାଣ ଶ୍ରମିକ ନେତା ପ୍ରକାଶ ସାମଲ, ଏଆଇସିିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହାଛଡ଼ା ଏଆସିସିଟିୟୁ ପକ୍ଷରୁ କେନ୍ଦୁଝର, ରାଉରକେଲା, ରାୟଗଡ଼ା, ପୁରୀ, ପାରଳାଖେମୁଣ୍ଡି, ସୋନପୁର, ବଲାଙ୍ଗୀର, ଅନୁଗୁଳ, କେନ୍ଦ୍ରାପଡ଼ା ଆଦି ସ୍ଥାନମାନଙ୍କରେ ଆୟୋଜନ କରାଯାଇଥିଲା । ଏଥିରେ ସାଧାରଣ ଜନତା ସମର୍ଥନ ଦେଇଥିବାରୁ ଜନସାଧାରଣଙ୍କୁ ଏଆସିସିଟିୟୁ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜିର ଏହି ଭାରତ ବନ୍ଦ କାର୍ଯ୍ୟକ୍ରମ ସମୟରେ ପିଏମ୍‌ଜି ଛକରେ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ାଙ୍କୁ ଗିରଫ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ