ଏ.ଆର.ଏସ.ଏସ ର ରାତି ଅଧିଆ ମୋରମ ଚାଲାଣକୁ ବିରୋଧ : ଘସିପୁରାରେ ଉତ୍ତେଜନା       

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର ପୌରାଞ୍ଚଳ ଶାଳପଡା ବ୍ଲକ ୨, ୩, ୪ ମୌଜାରୁ ରାତି ଅଧିଆ ମୋରମ ଚାଲାଣ ଉଦ୍ୟମ ଫସର ଫାଟି ଯାଇଛି । ବେଆଇନ ଭାବେ ପୌରାଞ୍ଚଳର ମୂଲ୍ୟବାନ ଜମିରୁ ମୋରମ ଚାଲାଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଗତକାଲି ରାତି ସାଢ଼େ ଦଶଟା ବେଳେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆରଏସଏସ କମ୍ପାନ ଘସିପୁରା ବନମୁଣ୍ଡା ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟରେ ତôବା ଏକ ସରକାରୀ ଜମିରୁ ମୋରମ ଖୋଳିବା ପାଇଁ ଉଦ୍ୟମ କରିଥିଲା । ଏକ ମେସିନି ସହିତ ୮ଟି ହାଇୱା ମୋରମ ଖେଳିବା ପାଇଁ ଯାଇଥିଲେ । ମୋରମ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । କାହା ନିଦେ୍ର୍ଦଶରେ ପୌରାଞ୍ଚଳର ମାଷ୍ଟରପ୍ଲାନ ଏରିଆରୁ ମୋରମ ଖୋଳୁଛ ବୋଲି ଲୋକମାନେ ପ୍ରଶ୍ନ କରିଥିଲେ । ଲୋକଙ୍କ ବିରୋଧ ଦେଖି ଏ.ଆର.ଏସ.ଏସ କମ୍ପାନୀର ଲୋକମାନେ ଗାଡି ଓ ମେସିନି ଦରି ଚମ୍ପଟ ମାରିଥିଲେ । ଅଧଘଣ୍ଟାଏ ଭିତରେ ୨୦ରୁ ଉର୍ଦ୍ଧ ଟ୍ରିପ ମୋରମ ଚାଲାଣ ହୋଇଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ଘସିପୁରା ତହସିଲଦାର ବବୁଲ ପେରେଇଙ୍କ ନିଦେ୍ର୍ଦଶରେ ରାଜସ୍ୱ ନିରୀକ୍ଷକ ସରଣ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ