ଠିକାଦାର କବଳରେ ସ୍ମଶାନ : ରାସ୍ତା କଡରେ ହେଲା ଶବଦାହ

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର ମୁନିସପାଲଟି ୧୩ନଂ ୱାର୍ଡ ବୈତରଣୀ ନଦୀକୁଳରେ ଦୀର୍ଘ ୬ମାସ ହେଲା ଠିକାସଂସ୍ଥା ପଥର ପେକିଂ ଆଳରେ ପଥର ଗଦା କରିଛି । ଏପରିକି ସେଠାକାର ସ୍ମଶାନକୁ ମଧ୍ୟ ପଥର ଗଦାକରି ଅବରୋଧ କରିଛି । ଫଳରେ ଆଜି ଜଣେ ସ୍ଥାନୀୟ ଲୋକର ମୃତୁ୍ୟ ହୋଇଥିବାବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ମଶାନରେ ପଥର ଗଦା  ହୋଇଥିବାରୁ ସମ୍ପର୍କୀୟ ଲୋକମାନେ ବାଧ୍ୟ ହୋଇ ନିକଟସ୍ଥ ରାସ୍ତା କଡରେ ଶବଦାହ କରିଥିଲେ । ଖବରରୁ ଜଣାଯାଇଛି ଯେ ଆଜି ଜନାର୍ଦ୍ଦନପୁର ଗ୍ରାମର ଇନ୍ଦ୍ରମଣି ନାଇକ(୬୫)ଙ୍କ ଆଜି ମୃତୁ୍ୟ ଘଟିଥିଲା । ସମ୍ପର୍କୀୟମାନେ ଶବ ନେଇ ସ୍ମଶାନକୁ ସଂସ୍କାର କରିବାକୁ ଯିବାରୁ ସେଠାରେ ଏକ ଠିକା ସଂସ୍ଥା ପଥରଗଦା କରି ରଖିବାସହ ନିଷିଦ୍ଧାଞ୍ଚଳ ବୋଲି ଏକ ଫଳକ ଲଗାଇଥିବାରୁ ଲୋକମାନେ ଶବ ସଂସ୍କାର କରିନପାରି ପେରି ଆସି ବାଧ୍ୟ ହୋଇ ରାସ୍ତାକଡରେ ସଂସ୍କାର କାର୍ଯ୍ୟ ସମାପନ କରିଥିଲେ । ୬ମାସ ହେଲା ଏକ ସ୍ମଶାନକୁ ଅବରୋଧ କରାଯାଇ ରଖାଯାଇଥିବାରୁ ପୁର୍ବରୁ ଅନେକବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ