ଏ.ଏସ.ଆଇଙ୍କୁ ଥାନା ଅଧିକାରୀଙ୍କ ଦୁର୍ବବ୍ୟବହାର, ଆତ୍ମହତ୍ୟା ଧମକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଏଏସଆଇଙ୍କୁ ସେହିଥାନାର ଥାନା ଅଧିକାରୀ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସର୍ବସାଧାରଣଙ୍କ ସମ୍ମୁଖରେ ଏପରି ର୍ଦୁବ୍ୟବହାରକୁ ଥାନା ଏଏସଆଇ ଗ୍ରହଣ କରିନପାରି ଆତ୍ମହତ୍ୟା କରିବାକୁ ଧମକ ଦେବା ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଖବରରୁ ଜଣାଯାଇଛି ଯେ ପୁର୍ବର ଏକ ମାମଲାରେ ଆନନ୍ଦପୁର ଏସଡିପିଓ ତଦନ୍ତକାରୀ ଅଧିକାରୀ ଥିବାବେଳେ ଥାନାର ଜଣେ ଏ.ଏସ.ଆଇ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ କରିବା ସମୟରେ ଅଭିଯୁକ୍ତଙ୍କ ନିକଟରେ ନିକଟରେ ୧୨ହଜାର ୩ଶହ ଟଙ୍କା ଥିଲା । ଯାହାକୁ ସେ ଗିରଫ ବ୍ୟକ୍ତିଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରିଦେଇଥିଲେ । ପରଦିନ ସକାଳୁ ଥାନା ଅଧିକାରୀ ଜଣକ ଏହା ଜାଣିବାପରେ ଏଏସଆିଙ୍କ ଉପରେ ଗାଳି ଆରମ୍ଭ କରିଦେଇଥିଲେ । ଏସଡିପିଓ ଏହାର ତଦନ୍ତକାରୀ ଅଧିକାରୀ ହୋଇଥିବାବେଳେ ତୁମେ କାହିଁକି ଉକ୍ତ ଟଙ୍କାକୁ ଫେରସ୍ତ କରିଦେଲ ବୋଲି କହି ଥାନା ଏ.ଏସ.ଆଇ ଜଣକୁ ସର୍ବସମ୍ମୁଖରେ ଗାଳିଗୁଲଜ କରିବା ସହିତ ମାରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ ବୋଲି କୁହାଯାଉଛି । ଏପରିକି ତୁମକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିବି ବୋଲି କହିବା ସହ ଥାନାରୁ ବାହାରିଯାଅ ବୋଲି କହିଥିଲେ । ସର୍ବସମ୍ମୁଖରେ ନିଜର ଅଫିସରଙ୍କ ଠାରୁ ଏଭଳି ଗାଳିଖାଇ ଏ.ଏସ.ଆଇ ଜଣକ ମର୍ମାହତ ହୋଇ ଥାନାରୁ ନିଜ ବସାଘରକୁ ପଳାଇଥିଲେ । ଘରେ ନିଜ ପତ୍ନୀଙ୍କ ପାଖରେ ଜଣାଇବା ସହ ମାନସିକ ଭାରସାମ୍ୟ ହରାଇଥିବା ଏଏସଆଇ ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ କହିଥିଲେ । ଥାନାରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହି ଥାନା ସାଧାରଣ ଲୋକମାନଙ୍କୁ କିପରି ନ୍ୟାୟ ପ୍ରଦାନ କରିବ ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟସରକାର ୫-ଟି ଯୋଜନା କାର୍ଯ୍ୟକାରୀ କରି ଥାନାକୁ ଆସୁଥିବା ଲୋକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାସହ ସେମାନଙ୍କ ଅଭିଯୋଗର ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା କରୁଥିବାବେଳେ ସୋସୋ ଥାନା ଅଧିକାରୀଙ୍କ ବ୍ୟବହାରକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ