ଏ.ଏସ.ଆଇ ନିଲମ୍ବିତ

କେନ୍ଦ୍ରାପଡା – ଏକ ଅଭିଯୋଗକୁ ପଞ୍ଜିକରଣ ନକରିବା ଓ ଅଭିଯୁକ୍ତକୁ ଗିରଫ ନକରିବା ଅଭିଯୋଗରେ ପୋଲିସ ମହାନିର୍ଦେଶକ ମାର୍ଶାଘାଇ ଥାନା ଏ.ଏସ.ଆଇ.ଯୁଧିଷ୍ଟିର ସାହୁଙ୍କୁ ନିଲମ୍ବନ କରିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାଇ ଗତ ମାର୍ଚ୍ଚମାସ ୬ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର କୁନିଲତା ବାରିକ ଏ.ଏସ.ଆଇ ଯୁଧିଷ୍ଟିର ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ସେହିଦିନ ଗାଳିମନ୍ଦ କରାଯାଇଥିବା ତାଙ୍କ ଘରକୁ ଟେକାପଥର ଫୋପଡାଯିବା ଓ ଜୀବନରେ ମାରିଦେବାକୁ ତାଙ୍କୁ ଧମକ ଦିଆଯାଇଥିଲା । କିନ୍ତୁ ଏ.ଏସ.ଆଇ ଶ୍ରୀ ସାହୁ ଏହି ଅଭିଯୋଗ କୁ ପଞ୍ଜିକରଣ କରିନଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ଏସମ୍ପର୍କରେ କୋର୍ଟରେ କେଶ କରାଯିବା ପରେ ଗତ ମାର୍ଚ୍ଚମାସ ୧୩ତାରିଖରେ ଅଭିଯୁକ୍ତ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ଏହି ଘଟଣାରେ ପୋଲିସ ମହାନିର୍ଦେଶକ ଏ.ଏସ.ଆଇ ଶ୍ରୀ ସାହୁଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ