‘ଏ କି ଜୀବନ’ କ୍ୟାସେଟ୍ର ଶୁଭ ଉନ୍ମୋଚନ


ସିଲ୍କି ମ୍ୟୁଜିକ ପ୍ରାଇଭେଟ ଲିମିଟେଡ଼ ତରଫରୁ କ୍ୟାସେଟ୍ ‘ଏ କି ଜୀବନ’ର ଶୁଭ ଉନ୍ମୋଚନ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଅତିଥି ଭାବେ ଅରୁଣ ମନ୍ତ୍ରୀ, ହ୍ୟୁମାନ ସାଗର, ମନୋରଞ୍ଜନ ପାଢୀ, ମୀରା ପରିଡ଼ା, ସାଧନା ମିଶ୍ର, ମେଘନା ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି କ୍ୟାସେଟ୍ିକୁ ଉନ୍ମୋଚନ କରିଥିଲେ । ସମାଜରେ କିନ୍ନରମାନେ କିପରି ଅବହେଳିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ଏବଂ କିଭଳି ସେମାନେ ସାମଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ସଂଘର୍ଷରତ, ସେହିମାନଙ୍କ ଜୀବନକୁ ନେଇ ଆଧାରିତ ଏହି କ୍ୟାସେଟଟି ଅତିଥିମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଏହି କ୍ୟାସେଟ୍କୁ ମନୋରଞ୍ଜନ ପାଢୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତଟିକୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ । ଉତ୍ସବରେ ବହୁ ଦର୍ଶକ ଓ କିନ୍ନରମାନେ ଉପସ୍ଥିତ ଥିଲେ ।


