ଏ.ତୋଟାପଲ୍ଲୀ ମଣ୍ଡଳର ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ଏ. ତୋଟାପଲ୍ଲୀ ଗ୍ରାମର ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ  ଓଡିଶା ରାଜ୍ୟ ସାଉଁଟିଆ ମହାସଂଘ ଏ. ତୋଟାପଲ୍ଲୀ ର ଏକ ବୈଠକ ଗୁରୁନାଥ ପ୍ରଧାନଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ଏ. ତୋଟାପଲ୍ଲୀ ମଣ୍ଡଳର ବିଗତ ଦିନର ଖର୍ଚ୍ଚ ହିସାବ, ସଭ୍ୟ ଓ ମଣ୍ଡଳ ସଭାପତି ନିର୍ବାଚନ ଆଗାମୀ ୧୫ ଦିନ ମଧ୍ୟରେ ପ୍ରତ୍ୟେକ ଗ୍ରାମର ଗ୍ରାମସଭ୍ୟ ୧୯.୦୭.୨୨ ରେ ମଣ୍ଡଳ ସଭାପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏଥିରେ ପ୍ରତ୍ୟେକ ଗ୍ରାମରୁ ଆସିଥିବା କର୍ମକର୍ତ୍ତା ମଧ୍ୟରେ ଭାଗିରଥି ପ୍ରଧାନ, ନରସିଂହ ପ୍ରଧାନ, ଆପାନ୍ନା ପ୍ରଧାନ, ହରି ପ୍ରଧାନ, ଅନନ୍ତ ପ୍ରଧାନ, ଅର୍ଜୁନ ପ୍ରଧାନ, ଭିକାରୀ  ପ୍ରଧାନ, ଚିନ୍ତା ପ୍ରଧାନ ଓ  ସିମାଂଚଳ ପ୍ରଧାନ ପ୍ରମୁଖ  ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ