ଏ ମାଟିର ଗର୍ବ ନବୀନ ଜାତିର ଗୌରବ ଦ୍ରୌପଦୀ : ପାଇକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ମାଟିର ଗର୍ବ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଏ ଓଡ଼ିଆ ଜାତିର ଗୌରବ ହେଉଛନ୍ତି ଭାରତବର୍ଷର ମହାମହୀମ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପାର୍ଟି ଅପେକ୍ଷା ମାଟିକୁ ଭଲ ପାଉଥିବା ଜଣେ ସଚ୍ଚା ଓଡ଼ିଆ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଭାରତୀୟ ଜନତା ପାର୍ଟି ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତି ଜେ.ପି. ନଡ଼ାଙ୍କୁ ପାଇକ ମହାସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ସେହିପରି ପାର୍ଟି ଅପେକ୍ଷା ନିଜ ମା’, ମାଟିକୁ ଭଲ ପାଉଥିବା ଜଣେ ସଚ୍ଚା ଓଡ଼ିଆ ନବୀନ ପଟ୍ଟନାୟକ, ଯେପରି ଭାବରେ ଦ୍ରୌପଦୀ ମୁର୍ମୁୁଙ୍କୁ ନିଜ ଭଉଣୀର ମାନ୍ୟତା ପ୍ରଦାନ କରି ଭାଇର କର୍ତ୍ତବ୍ୟ ସାଧନା କଲେ ସମସ୍ତ ଦଳର ବିଧାୟକ ଓ ସାଂସଦ ମାନଙ୍କୁ ଦ୍ରୌପଦୀଙ୍କୁ ଆଗାମୀ ନିର୍ବାଚାନରେ ଭୋଟ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ତାହା ଉଚ୍ଚ ପ୍ରଶଂସନୀୟ । ଖାଲି ସେତିକି ନୁହେଁ ନିଜ ଦଳର ବିଧାୟକ, ସାଂସଦ ମାନଙ୍କ ଦ୍ୱାରା ଯେଉଁଭଳି ସମ୍ବର୍ଦ୍ଧନା ପ୍ରଦାନ କରାଗଲା ଏବଂ ଶେଷରେ ନିଜଘରେ ନବୀନ ନିବାସରେ ଭଉଣୀ ପାଇଁ, ଭଉଣୀ ସହିତ ଏକାଠି ଖାଇଲେ ତାହା ସମଗ୍ର ଭାରତ ବର୍ଷର ଜନସାଧାରଣ, ରାଜନୈତିକ ଦଳର କର୍ମକର୍ତ୍ତାମାନେ ଶିକ୍ଷା କରିବାର ସମୟ ଆସିଛି । ଆତିଥ୍ୟତା ଦିଗରେ ଯେପରି ସ୍ୱର୍ଗତ ବିଜୁ ପଟ୍ଟନାୟକ ଦଳମତ ର୍ନିବିଶେଷରେ ସମଗ୍ର ଭାରତବର୍ଷର ଜଣେ ଜନାଦୃତ ରାଜନେତା ସେହିପରି ନବୀନ ପଟ୍ଟନାୟକ ମ ଧ୍ୟ ପାର୍ଟି ଅପେକ୍ଷା ମାଟିକୁ ଭଲ ପାଉଥିବା ଜଣେ ସଚ୍ଚା ଓଡ଼ିଆ ତାହା ଆଜି ସମଗ୍ର ଭାରତବର୍ଷକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହିଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଆଜି ଗର୍ବ ଅନୁଭବ କରୁଛେ ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଦଳମତ ର୍ନିବିଶେଷରେ ସମସ୍ତେ ମାନ୍ୟବର ଦ୍ରୌପଦୀ ମୁର୍ମୁଙ୍କୁ ସର୍ମଥନ କରିବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ