ଏ ଯୁଗର ପରିବର୍ତ୍ତନ
ଯେତେଦିନ ପର୍ଯ୍ୟନ୍ତ ଆମର ପ୍ରୟାସ ନାହିଁ ,ଆମେ ସଚେତନ ନହୋଇଛେ, ସେତେଦିନ ପର୍ଯ୍ୟନ୍ତ ଯୁଗର ପରିବତ୍ତନ ଅସମ୍ଭବ । କିପରି କରିବା ନବଯୁଗର ପ୍ରୟାସ । ପ୍ରଥମେ ଶରୀରକୁ ଭବବାନଙ୍କ ମନ୍ଦିର ମନେକରି ଆମ୍ତସଂଯମ ଓ ନିୟମିତତା ଦ୍ୱାରା ଆରୋଗ୍ୟପ୍ରାପ୍ତ ହେବା । ଆମଚତୁର୍ଦିଗରେ ମଧୁରତା,ସ୍ୱଚ୍ଛତା,ସାଳୀନତା,ସରଳତା ଏବଂ ସଜ୍ଜନତାର ବାତାବରଣ ସୃଷ୍ଟି କରିବାର ପ୍ରଚେଷ୍ଟା କରିବା । ଇନ୍ଦ୍ରିୟର ସଂଯମତା, ଅର୍ଥସଂଯମ,ସମୟ ସଂଯମ ଏବଂ ବିଚାର ସଂଯମର ମଧ୍ୟ ରହିଛି । ଆବଶ୍ୟକତା । ନିଜକୁ ଯପେରି ବ୍ୟବହାର ପସନ୍ଦ, ଅନ୍ୟକୁ ସେପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଜାତି,ଲିଙ୍ଗ,ଭାଷା,ପ୍ରାନ୍ତ,ଏବଂ ସମ୍ପ୍ରଦାୟକୁ ନେଇ ପରସ୍ପର ମଧ୍ୟରେ ଭେଦଭାବ ରଖିବା ଅନୁଚିତ । ନିଜ ବିବେକକୁ ସଦାବେଳେ ଅଧିକ ମହତ୍ତ୍ବ ଦିଅନ୍ତୁ । ନର ନାରୀ ପରସ୍ପର ମଧ୍ୟରେ ପବିତ୍ର ଦୃଷ୍ଟି ରହିବା ଉଚିତ୍ । ମନକୁ କୁ ବିଚାର ଓ ଦୁର୍ବାଭନାରୁ ଦୂରେଇ ରଖିବାପାଇଁ ସ୍ୱାଦ୍ଧାୟ ଓ ସତ୍ ସଙ୍ଗର ଆବଶ୍ୟକତା ରହିିଛି । ସଂସାରରେ ସତ୍ କର୍ମ ଓ ସତ୍ ବିଚାରକୁ ନେଇ କରିବା ଉଚିତ୍ । ସଜ୍ଜନମାନଙ୍କୁ ଏକତ୍ରିତ କରି ଅନୀତି ସହିତ ସଘଂର୍ଷ କରି ଏକ ନବ ସୃଜନ ପାଇଁ ଚେଷ୍ଟିତ ହେବା ଦରକାର । ଆମେ ନିଜେ ହିଁ ଆମ ଭାଗ୍ୟର ନିର୍ମାତା । ଏହି ବିଶ୍ୱାସ ନୀତିବାନ୍ ହୋଇ ଧର୍ଯ୍ୟର ସହ ପରିଶ୍ରମ କରି ଲକ୍ଷପଥରେ ପହଞ୍ଚିବାର ପ୍ରଚେଷ୍ଟା ରହିବା ଉଚିତ । ପରିଶେଷରେ ଇଶ୍ୱରଙ୍କୁ ସର୍ବବ୍ୟାପି ଏବଂ ନ୍ୟାୟକାରୀ ମନେକରି ତାଙ୍କୁ ଅନୁଶାସନକୁ ଜୀବନର ବ୍ରତରୂପେ ପାଳନ କରିବା ଆବଶ୍ୟକ । ମନରେ ଏହି ବିଶ୍ୱାସ ରହିଲେ ଆମେ ସଧୁରିବା ସହିତ ବଦଳି ମଧ୍ୟ ଯିବା । ତାହେଲେ ହେବ ଏ ଯୁଗର ପରିବର୍ତ୍ତନ ।