ଏ-୧ ରେ ୨ ଜଣ ଓ ଏ-୨ ରେ ୧୦ଜଣ ଉତୀର୍ଣ୍ଣ
ନାଉଗାଁ, (ଓ୍ବାଇଏନ୍ଏସ୍) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ନାଉଗାଁ ବ୍ଳକରେ ଉକ୍ତ ପରୀକ୍ଷାରେ ଏ-୧ରେ ୨ ଜଣ ଓ ଏ-୨ରେ ୧୦ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି । ବ୍ଲକର ସାଥୀ ଭଉଣୀ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାପୀଠ ଡାବରର ଆଶୀର୍ବାଦ ବିଶ୍ୱାଳ ବ୍ଳକରେ ସର୍ବୋଚ୍ଚ ୫୬୪ ନମ୍ବର ରଖିଛନ୍ତି । ସେହିପରି ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ଶୁଭଶ୍ରୀ ପରିଡା ୫୬୧ନମ୍ବର, ସାଥୀ ଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପୀଠ ଡାବରର ପ୍ରଜ୍ଞା ପରମିତା ନାୟକ ୫୩୦, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ହିମାଂଶୁ କୁମାର ମହାନ୍ତି ୫୧୮, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ମନିଷା ପ୍ରିୟଦର୍ଶିନି ବିଶ୍ୱାଳ ୫୧୮, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ରୋହନ ରଂଜନ ପରିଡା ୫୧୩, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ଶୂଭ୍ରଜିତ ମୁଦୁଲି ୫୦୨, ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟର ଓମ ପ୍ରଭା ଲେଙ୍କା ୪୯୭, ପ୍ରିତିମୟୀ ସ୍ୱାଇଁ ୪୮୫, ସାଥୀ ଭଉଣୀ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାପୀଠ ଡାବରର ଶୁଭସ୍ମିତା ଫାରକ ୪୮୦, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ଶାହ୍ୟାଦ୍ରି ଶତାହ୍ରଦୀ ବିଶ୍ୱାଳ ୪୯୦, ରାଜେନ୍ଦ୍ର ଜେନା ୪୮୦ ନମ୍ବର ରଖିଥିବା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ବ୍ଳକରେ ସର୍ବୋଚ୍ଚ ନମ୍ବର ରଖିଥିବା ଆଶୀର୍ବାଦ ବାଲିକୁଦା ବ୍ଳକର ଫୁଲହାର ଗ୍ରାମରେ ଘର ହୋଇଥିôବା ବେଳେ ପିତା ଭୁବନାନନ୍ଦ ବିଶ୍ୱାଳ ଓ ମାତା ଟୁନରମା ଜେନାଙ୍କ ପୁତ୍ର ଅଟନ୍ତି । ତାଙ୍କର ଏ ସଫଳତା ପାଇଁ ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମହାନ୍ତି, ଗାଇଡି ଶିକ୍ଷକ ଅଶୋକ ଫାରୁକ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଓ ନିଜ ପିତା ମାତାଙ୍କୁ ଶ୍ରେୟ ଦେବା ସହ ନିଜର ପରିଶ୍ରମ ଯୋଗୁ ସେ ଭଲ ନମ୍ବର ରଖିଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ନାଉଗାଁ ବ୍ଳକର ୬ଟି କେନ୍ଦ୍ରରେ ମୋଟ ୧୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।