ବନ୍ତ ବ୍ଲକରେ ସର୍ବାଧିକ ନମ୍ବର ରଖିଲେ ୯ ଛାତ୍ରଛାତ୍ରୀ, କଳ୍ପଲତା ୧ମ, ଜ୍ୟୋତିପ୍ରଜ୍ଞା ୨ୟ, ମନ୍ଦୀପ ୩ୟ ସ୍ଥାନ
ବନ୍ତ ,(ଚାନ୍ଦିନୀ ମହାନ୍ତି) : ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବନ୍ତ ବ୍ଲକରେ ୯ ଜଣ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ତେଲନଟିସ୍ଥିତ ବାଲିପୋଖରୀ ହାଇସ୍କୁଲର କଳ୍ପଲତା କୁଣ୍ଡୁ ୫୬୨ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଆଗରପଡା ସରକାରୀ ବାଳିକା ହାଇସ୍କୁଲର ଜ୍ୟୋତିପ୍ରଜ୍ଞା ସାହୁ ୫୬୧ ନମ୍ବର ରଖି ୨ୟ ସ୍ଥାନ ଓ ଟିଲୋ ଗଡଚଣ୍ଡିସ୍ଥିତ ମେନକାରାଣୀ ହାଇସ୍କୁଲର ମନ୍ଦୀପ ପଣ୍ଡା ୫୪୯ ନମ୍ବର ରଖି ୩ୟ ସ୍ଥାନ ହାସଲ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କାଦବରାଙ୍ଗ ହାଇସ୍କୁଲର ଦିବ୍ୟରଞ୍ଜନ ବେହେରା ୫୪୮, ତେଲନଟି ବାଲିପୋଖରୀ ହାଇସ୍କୁଲର କୁମାର ଶ୍ରୀ ଗୌରବ କର ୫୪୬, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପ୍ରିୟଙ୍କା ବେହେରା ୫୪୦, ଆଡିଆ ଆରଡେଶ୍ୱର ହାଇସ୍କୁଲର ଅଭିଲିପ୍ସା ରାଉତ ୫୪୦, ଅଢାଳପଙ୍କ କୃପାସିନ୍ଧୁ ହାଇସ୍କୁଲର ସତ୍ୟବ୍ରତ ପଣ୍ଡା ୫୪୦, ମେନକାରାଣୀ ହାଇସ୍କୁଲର କିଶୋର ନାୟକ ୫୪୦ ନମ୍ବର ରଖି ବ୍ଲକରେ ଟପର ହୋଇଥିବା ଜଣାଯାଇଛି ।


