ଏ ୱାନ ଟ୍ରଷ୍ଟ ପକ୍ଷରୁ ସାସ୍କୃତିକ ସନ୍ଧ୍ୟା

ପୋଲସରା,(ଯୁଗାବ୍ଦ ନ୍ୟୁଜ୍‌): ପୋଲସରା ଲୁଣିଘାଟି ପଡ଼ିଆରେ ଏ ୱାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ଦିନ ଜିଲ୍ଲା ସ୍ତରୀୟ ସାସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସାସ୍କୃତିକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଳାକାର ବୃନ୍ଦ ଅଂଶ ଗ୍ରହଣ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ବୃନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଶମ୍ଭୁନାଥ ନନ୍ଦ , ତହସିଲଦାର ଅଶୋକ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ବୁଗୁଡା ଶ୍ରୀବିରଞ୍ଚିନାରାୟଣ ମନ୍ଦିର ମଠାଧିଶ ମହନ୍ତ ରାମାନୁଜ ଦାସ ଓ ବୁଦ୍ଧଖୋଲ ଉନ୍ନୟନ ସମିତି ଉପସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନର ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ