ଐତିହାସିକ ପର୍ଯ୍ୟଟନ ସ୍ଥଳି ପୋତାଗଡ଼ ସୌନ୍ଦର୍ଯ୍ୟ ଦେଖି ଆଚମ୍ବିତ ହେଲେ ମୁଖ୍ୟଶାସନ ସଚିବ

ଗଞ୍ଜାମ (ବିନୋଦ ପଲେଇ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ଓ ବଙ୍ଗୋପସାଗର ମିଳନ ସ୍ଥଳରେ ଅବସ୍ଥିତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ଏହାର ସୌନ୍ଦର୍ଯ୍ୟ ଦେଖି ଆଚମ୍ବିତ ହେଲେ ,ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଆଜି ବର୍ଷା ସ୍ୱତେ ଐତିହାସିକ ପୋତାଗଡ଼କୁ ବୁଲି , ବୁଲି ଅନୁଧ୍ୟାନ କରିବା ସମୟରେ ଋଷିକୂଲ୍ୟା ନଦୀ ଓ ସମୁଦ୍ରର ମିଶ୍ରଣ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ଆଚମ୍ବିତ ହେବା ସହ ମୁଗ୍ଧ ହୋଇଯାଇଥିଲେ। ଏହାକୁ ପର୍ଯ୍ୟଟନର ମାନ୍ୟତା ଦେବା ସହ ଏହାର ବର୍ତ୍ତମାନ ସ୍ଥିତି , ଆଗକୁ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ନେଇ ଉପସ୍ଥିତ ଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପଚାରି ବୁଝିଥିଲେ । ଏହି ପର୍ଯ୍ୟଟନ ସ୍ଥଳୀକୁ କିପରି ପର୍ଯ୍ୟଟକ ଆସିପାରିବେ, ପ୍ରଚାର ,ପ୍ରସାର ହୋଇପାରିବ ସେନେଇ ପଦେକ୍ଷେପ ନେବାକୁ କହିଥିଲେ,ମୁଖ୍ୟ ଶାସନ ସଚିବ ମହାପାତ୍ର । ଏହି ଗ୍ରସ୍ତ ସମୟରେ ବ୍ରହ୍ମପୁର ବିଏମଏସି କମିଶନର , ବିଡ଼ିଓ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ