ଐତିହାସିକ ଲଡ୍ସ ଗ୍ରାଣ୍ଡ ରେ ବିଶ୍ୱଚମ୍ପିୟାନ ହେଲା ଇଂଲଣ୍ଡ
(ଯୁଗାବ୍ଦ ନ୍ୟୁଜ) ବିଶ୍ୱ କ୍ରିକେଟ ର ନୂଆ ବିଶ୍ୱ ଚମ୍ପିୟାନ ହେଲା ଇଂଲଣ୍ଡ । ଗୋଟିଏ ପଟେ ଚାଲିଥିଲା ୱିମଙ୍ଗବଲ ଟେନିସ ଫାଇନାଲ ଆଉ ଅନ୍ୟପଟେ ଲଡ୍ସ ଗ୍ରାଉଣ୍ଡ ଅପେକ୍ଷା କରିଥିଲା ନୂଆ ବିଶ୍ୱ ବିଜେତାକୁ । ରବିବାର ଖେଳାଯାଇଥିବା ଚଳିତ ବିଶ୍ୱକପ ଫାଇନାଲ ମ୍ୟାଚ ରେ ରୋମାଞ୍ଚକର ସ ୁପର ଓଭରରେ ନ୍ୟୁଜଲ୍ୟାଣ୍ଡ କୁ ପରାସ୍ତ କରି କ୍ରିକେଟ ବିଶ୍ୱକପର ନୂଆ ବିଶ୍ୱ ଚମ୍ପିୟାନ ବନିଛି କ୍ରିକେଟ ର ଜନ୍ମ ସ୍ଥାନ କୁହାଯାଉଥିବା ଇଂଲଣ୍ଡ । ଏହି ମ୍ୟାଚ ରେ ଆରମ୍ଭ ରୁ ଶେଷ ଯାଏଁ ଦର୍ଶକ ମାନଙ୍କ ମଧ୍ୟରେ ଲାଗିରହିଥିଲା ଉକ୍ରଣ୍ଠା । ନ୍ୟୁଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା । ଲଟସ ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଇଂଲଣ୍ଡ ର ଦର୍ଶକ ଭାବିନେଇଥିଲେ ଏହି ସ୍କୋର କୁ ସହଜରେ ପାର କରିଦେବ ମୋର୍ଗନ ବାହୀନି କିନ୍ତୁ ଇଂଲଣ୍ଡ ର ବ୍ୟାଟିଂ ଆରମ୍ଭରୁ ଯେଭଳି ଭବେ ଇଂଲଣ୍ଡ ର ଟପ ଅଡର ଭାଙ୍ଗି ପଡିଥିଲା ଏବଂ ଏହି ମ୍ୟାଚ ରେ ଅଲରାଉଣ୍ଡର ପ୍ରଦର୍ଶନ ଦେଇଥିବା ବ୍ରେନଷ୍ଟୋର୍କ ସଙ୍କଟ ମୋଚନ ଭାବେ ଟିମ କୁ ସହାୟକ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଟିମ କୁ ଜିତାଇ ପାରିନଥିଲେ ସତ କିନ୍ତୁ ମ୍ୟାଚ କୁ ଟାଇ କରିଦେଇଥିଲେ , ଆଉ ଚଳିତ ବିଶ୍ୱକପ ଫାଇନାଲରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ସୁପର ଓଭର । ସୁୁପର ଓଭରରେ ଇଂଲଣ୍ଡ ୧୫ ରନ ର ଟାର୍ଗେଟ ଦେଇଥିଲା ନ୍ୟୁଜଲ୍ୟାଣ୍ଡ କୁ ଶେଷ ବଲ ରେ ୱିଲିୟମ ଟିମ କୁ ଦରକାର ଥିଲା ୨ ରନ , ଆର୍ଚର ଙ୍କ ଶାଣିତ ବୋଲିଂ ଦ୍ୱାରା ୧ ରନ କରିବାକୁ ସମର୍ଥନ ହୋଇଥିଲା କ୍ୟୁୟି ଟିମ । ଆଉ ଶେଷରେ ଚମ୍ପିୟାନ ହେଲା ଇଂଲଣ୍ଡ କାରଣ ମ୍ୟାଚ ର ନିୟମ ଅନୁସାରେ ଇଂଲିସ ଟିମ ଅଧିକା ବାଉଣ୍ଡ୍ରି ମାରିଥିବା ରୁ ସେ ବିଶ୍ୱ ଚମ୍ପିୟାନ ହେଲା । ସେ ମୋଟ ୨୪ ଟା ବାଉଣ୍ଡ୍ରି ମାରିଥିବା ବେଳେ ନ୍ୟୁଜଲ୍ୟାଣ୍ଡ ୧୬ ଟି ବାଉଣ୍ଡ୍ରି ମାରିଛି । ଦୁଇଟି ଯାକ ଫର୍ମାଟ ଟାଇ ହେବା ପରେ ଲଟସ ଗ୍ରାଉଣ୍ଡ ରେ ବସିଥିବା ଦର୍ଶକ ଙ୍କ ହୃଦସ୍ପନ୍ଦ ବଢିଯାଇଥିଲା । କ୍ରୀଡା ପ୍ରେମୀ ମାନେ ଜାଣିପାରୁନଥିଲେ କିଏ ହେବ ନୂଆ ବିଜେତା ।