ଐତିହ୍ୟପୁର୍ଣ୍ଣ ଦୋଳବନ୍ଧର ରକ୍ଷଣାବେକ୍ଷଣ ନାହିଁ ଗନ୍ଧମୟ ପରିବେଶ ,ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ଅଧୀନରେ ଥିବା ଐତିହ୍ୟପୁର୍ଣ୍ଣ ଓ ଗାରିମାମୟ ଦୋଳବନ୍ଧର ରକ୍ଷଣାବେକ୍ଷଣ ଗତ ଦୀର୍ଘ ବର୍ଷ ହେଲା କରାଯାଉନାହିଁ । ତେଣୁ ଏଠାକାର ପରିବେଶ ପୁତି ଗନ୍ଧମୟ ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରେ ଲାଗିଛି । ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଏ ନେଇ ନିଷ୍କ୍ରିୟତା ଅବଲମ୍ବନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପାରଳା ରାଜ ପରିବାର ତରଫରୁ ଏହି ଦୋଳବନ୍ଧ ଅତି ପୁରାତନ କାଳରୁ ନିର୍ମାଣ ହୋଇଛି । ଦୋଳପର୍ବ,ରାଧାକୃଷ୍ଣଙ୍କ ମେଳଣ,ଫଗୁ ଉତ୍ସବ ଆଦି ପାଳନ ପାଇଁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାରଳା ଗଜପତି ରାଜ ପରିବାର ତରଫରୁ ଏହି ଦୋଳବନ୍ଧ ଖନନ କରାଯାଇଥିଲା । ଅତି ପୁରାତନ କାଳରୁ ଏଠାରେ ଦୋଳଯାତ୍ରା ପାଳିତ ହୋଇଆସୁଛି । ୫ଦିନର ଏହି ଯାତ୍ରା ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରତ୍ୟେକ ବର୍ଷ ମହାସମାରୋହରେ ଦୋଳବନ୍ଧ ଠାରେ ପାଳନ ହୋଇ ଆସୁଛି । ଏଥି ସହ ବିବେକାନନ୍ଦ ଜୟନ୍ତୀ ମଧ୍ୟ ଏଠାରେ ପ୍ରତ୍ୟେକ ବର୍ଷ ପାଳିତ ହୁଏ । ଯାତ୍ରା ଓ ଜୟନ୍ତୀ ସମୟରେ ମ୍ୟୁନିସିପାଲଟି ତରଫରୁ ଲୋକ ଦେଖାଣିଆ ଭାବେ କେବଳ ଝାଡୁ ବୁଲାଇ ନାମକୁମାତ୍ର କିଛି ବ୍ଲିଚିଂ ସିଞ୍ଚନ କରାଯାଉଛି । ହେଲେ ଦୋଳବନ୍ଧ ସହ ଚର୍ତୁଃପାଶ୍ୱର୍ର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି କେବେବି ଦୃଷ୍ଟି ଦିଆଯାଉନାହିଁ । ତେଣୁ ଏହି ଐତିହ୍ୟପୁଣ୍ଣ ଦୋଳବନ୍ଧଟି ଅବହେଳିତ ଅବସ୍ଥାରେ ପଡିରହିଛି । ବନ୍ଧ କଡରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଆବାସ ସ୍ଥଳି ପାଲଟିଛି । ଗତ ୭ବର୍ଷରୁ ଉର୍ଦ୍ଧ ହେଲା ଦୋଳବନ୍ଧରୁ ମାଛ ଧରା ଯାଇ ନାହିଁ । ଯୋ ଦ୍ୱାରା ମାଛଙ୍କ ସଂଖ୍ୟା ଓ ଆକାର ବୃଦ୍ଧି ପାଇ ପ୍ରତ୍ୟହ କିଛିକିଛି ମାଛ ମରି ପାଣିରେ ଭାସିବା ସହ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ପାଶ୍ୱର୍ରେ ଥିବା ଏହି ଦୋଳବନ୍ଧର ଏଭଳି ପରିବେଶ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମ୍ୟୁନିସିପାଲଟି ତୁରନ୍ତ ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି । ଏ ନେଇ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଛନ୍ତି,ବିଭିନ୍ନ ସମୟରେ ଏଠାରେ ପରିଷ୍କାର କରାଯାଉଛି । ତଥାପି ବର୍ତ୍ତମାନ ଏଥିନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ