ଓଏଏସ ପାଇଥିବା ସିଦ୍ଧାର୍ଥ ଙ୍କୁ ସମ୍ବର୍ଦ୍ଧନା
ଗଞ୍ଜାମ, (ବିନୋଦ ପଲାଇ):ଓଡିଶା ପ୍ରଶାସନୀକ ସେବା ରେ ସଫଳତା ଲାଭ କରିଥିବା ସରସ୍ବତୀ ଶିଶୁ ମନ୍ଦିର ଗଞ୍ଜାମ,ର ଛାତ୍ର ଶ୍ରୀ ସିଦ୍ଧାର୍ଥ ବେହରା ଙ୍କୁ ରକ୍ଷା ବନ୍ଧନ ଉତ୍ସବ ଅବସରରେ ସ୍ୱରସ୍ୱତୀ ଶିଶୁମନ୍ଦିରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଓଏଏସ ସିଦ୍ଧାର୍ଥ ଶିଶୁ ମନ୍ଦିରରେ କଟାଇଥିବା ତାଙ୍କର ଅନୁଭୂତି କହିବା ସହ ଭବିଷ୍ୟତ ଲୋକଙ୍କ ସେବା ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ। ସିଦ୍ଧାର୍ଥଙ୍କ ବାପ କୃଷ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ମଞ୍ଚାସିନ ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ ଓଏଏ ସିଦ୍ଧାର୍ଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥୁରେ ସମସ୍ତ ଗୁରୁଜି, ଗୁରୁମା, ଓ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।