ଓଏମସି ପକ୍ଷରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଏମସି ବାଙ୍ଗୁର ମାଇନ୍ସ ପକ୍ଷରୁ ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ବୁଧବାର ଦିନ ଏକ ଗ୍ରାମୀଣ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।ରିଜିଓନାଲ ମ୍ୟାନେଜର ମନୋଜ କୁମାର ପତି, ମାଇନସ ମ୍ୟାନେଜର ସୁଶାନ୍ତ କୁମାର ନାଇକ, ଡେପୁଟି ମ୍ୟାନେଜର ମାଇନ୍ସ ପିଙ୍କି ହେମ୍ରମ, ସିଏସଆର ମ୍ୟାନେଜର ମଧୁସ୍ମୀତା ଦାସ, ମାଇନ୍ସ ମ୍ୟାନେଜର ମନ୍ମଥ ବେହେରା ପ୍ରମୁଖ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ଡାକ୍ତର ଅର୍ଚ୍ଚନା ସାହୁ, ଫାର୍ମାସିଷ୍ଟ ଭାସ୍କର ମହାନ୍ତି, ନର୍ସ ସ୍ମରଣୀକା ପାତ୍ର, ଆଟେଣ୍ଡାଣ୍ଟ ତଥା ଟେକନିସିଆନ ସୁକୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ୧୭୦ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ଦେଇଥିଲେ । ନରେନ୍ଦ୍ର ବେହେରା, ବଳରାମ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।