ଓକିଲ ସଂଘ ନିର୍ବାଚନ ପାଇଁ ଛତ୍ରପୁର ଚଳଚଂଚଳ;ସୋସିଆଲ ମିଡିଆ ରେ ଜୋରଦାର ପ୍ରଚାର
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ନେଇ ଛତ୍ରପୁର ଚଳଚଂଚଳ ହୋଇପଡିଛି । ସଂଘର ସଭାପତି ପଦବୀ ନିମନ୍ତେ ୩ଜଣ ପ୍ରାର୍ଥୀ ମଇଦାନ କୁ ଓହ୍ଲାଇଥିବା ବେଳେ ଉପସଭାପତି ପଦବୀ ପାଇଁ ମଧ୍ୟ ୩ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ୨ଜଣ ଓ ଲାଇବ୍ରେରୀ ସେମିନାର ସମ୍ପାଦକ ପଦବୀ ପାଇଁ ମଧ୍ୟ ୨ଜଣ ଲେଖାଁଏ ପ୍ରାର୍ଥୀ ମଇଦାନ ରେ ଅଛନ୍ତି । ସବୁ ପ୍ରାର୍ଥୀ ମାନେ ସୋସିଆଲ ମିଡିଆ , ହ୍ୱାଟସପ୍ ଏବଂ ପୁସିଂ କାର୍ଡ ଯୋଗେ ପ୍ରଚାର ଆରମ୍ଭ କରିଥିବାକୁ ଦେଖିବାକୁ ମିଳିଛି । ବିଜୟୀ ପ୍ରାର୍ଥୀ ଙ୍କ ପାଇଁ କାର୍ଯ୍ୟକାଳ ୩ମାସ ରହିଥିଲେ ମଧ୍ୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ତତ୍ପରତା ଦେଖା ଯାଉଛି । ଛତ୍ରପୁର ଓକିଲ ସଂଘ ର ୧୯୮ ଜଣ ସଭ୍ୟ ରହିଥିବା ବେଳେ ସଂକ୍ରୀୟ ସଭ୍ୟ ତଥା ଭୋଟର ଭାବେ ୧୭୦ଜଣ ରହିଛନ୍ତି ।


