ଓଟିଏମ୍ କଲୋନି ରେ ମାରଣାତ୍ମକ ଆକ୍ରମଣ ଘଟଣା ରେ ଜଣେ ଗିରଫ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଗତ ୧୫ ତାରିଖ ତଥା ହୋଲି ଦିନ ଅପରାହ୍ନ ରେ ଚାରି ଜଣ ଅଭିଯୁକ୍ତ କମଳ କୁମାର ପ୍ରଧାନ (୩୩) ଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା। ଏ ନେଇ ଶ୍ରୀ ପ୍ରଧାନ ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଚୌଦ୍ଵାର ଥାନା ତାଙ୍କ ଅଭିଯୋଗ କୁ ଆଧାର କରି କେସ୍ ନମ୍ବର- ୧୬୪ /୨୦୨୫ ରେ ୧୦୯(୧)/୧୧୭(୨)/୨୯୬/୩୫୧(୩)/୩(୫) ବିଏନଏସ୍ ଅନ୍ତର୍ଗତ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଚୌଦ୍ଵାର ପୋଲିସ ତଦନ୍ତ କରି ଚୌଦ୍ଵାର ପୌରପାଳିକା ଓଟିଏମ୍ କଲୋନି ୮ ନମ୍ୱର୍ ୱାର୍ଡ ର କୃଷ୍ଣ ମଲ୍ଲିକ ଙ୍କ ପୁଅ ଚିନୁ ଓରଫ ସ୍ନେହାସିସ୍ ମଲ୍ଲିକ (୨୦), କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ର ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ